ହାଇୱା ଧକ୍କାରେ ଯୁବକ ଗୁରୁତର ଉତ୍ତ୍ୟକ୍ତ ଲୋକଙ୍କ ରାଜ୍ୟ ରାଜପଥ ଅବରୋଧ

ବନ୍ତ, (ଚାନ୍ଦିନୀ ମହାନ୍ତି):ଶୁକ୍ରବାର ଭଦ୍ରକ ଜିଲା ବନ୍ତ ଥାନା ଅଧିନ ତଥା ଭଦ୍ରକ-ଆନନ୍ଦପୁର ରାଜ୍ୟ ରାଜପଥର ବନ୍ତ ଜଳସେଚନ ଅଫିସ ଛକ ଠାରେ ହାଇୱା ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇ କଟକ ବଡମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ରାଜ୍ୟ ରାଜପଥର ବଜାର ଅଞ୍ଚଳରେ ଡିଭାଇଡର ସ୍ଥାନାନ୍ତର କରିବା ସହ ଆଇରନ ଗାଡି ଚଳାଚଳକୁ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ଦାବୀ କରିଛନ୍ତି । ପ୍ରକାଶ ଯେ, ବନ୍ତ ଥାନା ଅଧିନ ଟିଲୋ ବଡସାହି ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପୁଅ ଶଙ୍କର୍ଷଣ(୪୦) ରାତି ସାଢେ ୮ଟା ବେଳେ ବନ୍ତ ବଜାରରୁ ଫଳ ଦୋକାନ ବନ୍ଦ କରି ଘରକୁ ଯାଉଥିବା ବେଳେ ପଛରୁ ଆସୁଥିବା ଏକ ହାଇୱା ଟ୍ରକ ତାଙ୍କୁ ପାଶ୍ୱର୍ରୁ ଧକ୍କା ଦେଇ କିଛି ବାଟ ପର୍ଯ୍ୟନ୍ତ ରାସ୍ତାରେ ଟାଣି ନେଇଥିଲା । ଫଳରେ ତାଙ୍କର ଅଣ୍ଟା ସହିତ ଦୁଇ ଗୋଡ ଉପରେ ଗାଡିର ଚକା ଚଢି ଯାଇ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ତାଙ୍କୁ ବନ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ପରେ ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ କଟକ ଅଶ୍ୱିନୀ ଟ୍ରମା କେୟାରକୁ ସ୍ଥାନାନ୍ତର କରାଯାଇଛି । ଧକ୍କା ଦେଇଥିବା ଗାଡିର ଚାଳକ ଗାଡି ରଖି କେଉଁଆଡେ ଫେରାର ହୋଇଯାଇଛି । ରାସ୍ତା ଅବରୋଧ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ôଚ ଉତ୍ତ୍ୟକ୍ତ ଲୋକ ମାନଙ୍କ ସହ ଆଲୋଚନା କରୁଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ