ଆନନ୍ଦପୁର-ଭଦ୍ରକ ରାସ୍ତାରେ ଲୁହାପଥର ପରିବହନକୁ ବିରୋଧ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର-ଭଦ୍ରକ ରାସ୍ତାରେ ବେଆଇନ ଭାବେ ଲୁହା ପଥର ପରିବହନ ଯୋଗୁଁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ପୁର୍ବରୁ ଅନେକବାର ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କେହି ପଦକ୍ଷେପ ନେଉ ନାହାନ୍ତି । ଗତ କିଛିଦିନ ତଳେ ଆନନ୍ଦପୁର ପୁଲିସ କିଛି ଗାଡିକୁ ଅଟକ ରଖିଥିବାବେଳେ ପରବର୍ତ୍ତି ସମୟରେ ଆଉ କିଛି ପଦକ୍ଷେପ ନ ନିଆଯିବାରୁ ଶହଶହ ଗାଡି ଏହି ରାସ୍ତାରେ ବେପରୁଆ ଭାବେ ଚଳପ୍ରଚଳ କରୁଛନ୍ତି । ସନ୍ଧ୍ୟା ହେଲେ ଶହଶହ ଲୁହାପଥର ବୋଝେଇ ଗାଡି ଦ୍ରୁତ ଗତିରେ ଯାତାୟାତ କରୁଥିବାରୁ ଅନ୍ୟ ଗାଡି ଗୁଡିକ ଯାତାୟତ କରିବାରେ ନାନା ଅସୁବିଧା ଭୋଗ କରୁଛନ୍ତି । ସାଇକେଲ କିମ୍ବା ବାଇକ ଆରୋହୀ ମଧ୍ୟ ନିଜକୁ ନିରାପଦ ମଣୁ ନାହାନ୍ତି । ଏପରିକି ଅନେକ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ଘଟୁଥିଲେ ମଧ୍ୟ ପ୍ରଶାସନ ଚୁପ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅରନନ୍ଦପୁରର ବୈତରଣୀ ନଦୀର ସେତୁ ଦୁର୍ବଳ ଥିବା ଓ ଏହା ଉପରେ ଭାରିଯାନ ଚଳାଚଳ ବନ୍ଦ ଥିବା ସତ୍ତ୍ୱେ କିପରି ଶହଶହ ଲୁହାପଥର ବୋଝେଇ ଗାଡି ଚଳାଚଳ କରୁଛି ସେନେଇ ପ୍ରଶାସନର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗତକାଲି ରାତିରେ ବନ୍ତ ବଜାର ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଜଣେ ବ୍ୟବସାୟୀଙ୍କ ଉପରେ ଚଢ଼ିଯିବାରୁ ତାଙ୍କର ମୃତୁ୍ୟ ଘଟିଥିଲା । ଏହାକୁନେଇ ଆଜି ବନ୍ତରେ ଲୋକମାନେ ରାସ୍ତାରୋକ କରିବାରୁ ଆଜି ଦିନ ତମାମ ଭଦ୍ରକ-ଆନନ୍ଦପୁର ରାସ୍ତାରେ ଯାତ୍ରୀବାହୀ ଯାନବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ହୋଇଯାଇଥିଲା । ଯାହାଦ୍ୱାରାକି ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଥିଲେ । ବିଶେଷକରି ଆନନ୍ଦପୁର-ଭଦ୍ରକ ରାସ୍ତାରେ ବେଆଇନ ଲୁହାପଥର ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ ରହିବା, ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ବାଲିବୋଝେଇ ଗାଡି ଚଳାଚଳ ବନ୍ଦ ରହିବା, ବନ୍ତ ବଜାରରେ ସିସିଟିଭି କ୍ୟାମେରା ଲଗାଇବା, ଜବରଦଖଲ ହଟାଇବା, ବଜାରକୁ ସମ୍ପୁର୍ଣ୍ଣ ଆଲୋକିକରଣ ଆଦି ଅନେକ ଦାବିନେଇ ଲୋକମାନେ ଧାରଣାରେ ବସିବା ପରେ ଭଦ୍ରକ ଉପଜିଲ୍ଲାପାଳ, ଧାମନଗର ଏସଡିପିଓ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ବନ୍ତ ବ୍ଲକ ଅଧ୍ୟକ୍ଷ, ବନ୍ତ ତହସିଲଦାର, ବନ୍ତ ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଦାବିଗୁଡିକୁ ପୁରଣ କରିବାର ପ୍ରତିଶୃତି ଦେବାପରେ ଯାଇ ରାସ୍ତାରୋକ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ