ବନ୍ତ ବଜାରର ସରକାରୀ ଜାଗାକୁ ଖାଲି କରିବାକୁ ଡାକବାଜି ମାଧ୍ୟମରେ ସୂଚନା ଦେଲା ପ୍ରଶାସନ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବଜାର ଅଞ୍ଚଳର ସରକାରୀ ବୃତ୍ତିକୁ ଜବରଦଖଲ କରି ଘର ତିଆରି କରିଥିବା ବ୍ୟକ୍ତି ମାନଙ୍କୁ ଏପ୍ରିଲ ୨୯ ତାରିଖ ସୁଦ୍ଧା ଜାଗା ଖାଲି କରିବାକୁ ତହସିଲ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦିଆଯାଇଛି । ଏଥିସହ ଯେଉଁ ମାନେ ବଜାର ଅଞ୍ଚଳ ରାସ୍ତାର ଉଭୟ ପାଶ୍ୱର୍ରେ ବିକ୍ରୟ କିମ୍ବା ନିଜ ବ୍ୟବହାର ଉଦ୍ଦେଶ୍ୟରେ ବାଲି ଓ ଚିପ୍ସ ରଖିଛନ୍ତି ସେମାନେ ତୁରନ୍ତ ସରକାରୀ ବୃତ୍ତିକୁ ଖାଲି କରିବାକୁ କୁହାଯାଇଛି । ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଛୟାଳସିଂର ଅତିରିକ୍ତ ରାଜସ୍ୱ ନିରୀକ୍ଷକ ପ୍ରତିମା ଦାସ, ଆପଣ୍ଡା ରାଜସ୍ୱ ନିରୀକ୍ଷକ ଓ ପୋଲିସ ଉପସ୍ଥିତିରେ ଆଜି ବନ୍ତ ବଜାରରେ ଜବରଦଖଲକାରୀଙ୍କ ଉଦ୍ଦେଶ୍ୟରେ ଏଭଳି ସୂଚନା ଦିଆଯାଇଥିବା ଦେଖାଯାଇଛି ।


