ତହସିଲରେ କର୍ମଚାରୀ ମରୁଡି

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌) : ରାଜ୍ୟରେ ତହସିଲ ଏକ ଗୁରୁତ୍ୱପୁର୍ଣ୍ଣ ଭୁମିକା ତୁଲାଉଥିବାବେଳେ କେନ୍ଦୁଝର ଜିଲ୍ଲାରେ କର୍ମଚାରୀ ମରୁଡି ଜନସାଧାରଣଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି । ରାଜସ୍ୱ ପ୍ରଶାସନର ମୁଖ୍ୟ କୁହାଯାଉଥିବା ତହସିଲରେ କାର‌୍ୟ୍ୟ କରୁଥିବା ରାଜସ୍ୱ ପରିଦର୍ଶକ, ରାଜସ୍ୱ ନିରୀକ୍ଷକ, ସହକାରୀ ରାଜସ୍ୱ ନିରୀକ୍ଷକ ଓ ଅମିନ ପଦବୀ ବହୁ ମାତ୍ରାରେ ଫାଙ୍କା ପଡିଥିବାରୁ ତହସିଲ ମାନଙ୍କରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଜିଲ୍ଲାରେ ମୋଟ ୪ଟି ରାଜସ୍ୱ ପରିଦର୍ଶକ, ୬ରୁ ଉର୍ଦ୍ଧ ରାଜସ୍ୱ ନିରୀକ୍ଷକ, ୨୦ରୁ ଉର୍ଦ୍ଧ ସହାକରୀ ରାଜସ୍ୱ ନିରୀକ୍ଷକ, ୪୦ରୁ ଉର୍ଦ୍ଧ ଅମିନ ପଦବୀ ଫାଙ୍କା ପଡିଥିବାବେଳେ ଜିଲ୍ଲା ପ୍ରଶାସନ ଏହି ପଦବୀ ଗୁଡିକ ପୁରଣ କରିବା ଦିଗରେ କୌଣସି ଆଗ୍ରହ ପ୍ରକାଶ କରୁନାହିଁ । ଅନ୍ୟପଟେ ୧୫ରୁ ଉର୍ଦ୍ଧ ରାଜସ୍ୱ ନିରୀକ୍ଷକ ବର୍ଷ ବର୍ଷ ହେଲା ହାଇଟେକ ସର୍ଭେ କାମପାଇଁ ଦେବଗଡ ଜିଲ୍ଲାକୁ ଯାଇଛନ୍ତି । ଏପରିସ୍ଥଳେ ରାଜସ୍ୱ ନରିକ୍ଷକଙ୍କ କାର‌୍ୟ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି । ସେହିପରି ହାଟଡିହି ତହସିଲରେ ୭ଟି ଆର.ଆଇ ସର୍କଲ ମଧ୍ୟରୁ ଦୁଇଟି ଫାଙ୍କା ପଡିଥିବାବେଳେ ୨ଟି ଏ.ଆର.ଆଇ ପଦବୀ ମଧ୍ୟ ଫାଖା ପଡିଛି । ଫଳରେ ଜନସାଧାରଣ ରାଜସ୍ୱ କାମ ପାଇଁ ତହସିଲକୁ ଦୌଡି ଦୌଡି ନୟାନ୍ତ ହେଉଛନ୍ତି । ଜିଲ୍ଲାପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ