ଆଧାର ସଂଯୋଗ ସାଜିଲା ବାଧକ

ହାଟଡିହି, (ବିକାଶ ବିଶ୍ୱାଳ):ଆଧାର ସଂଯୋଗ ଏବେ ବାଧକ ସାଜିଛି ଭତ୍ତା ହିତାଧିକାରୀଙ୍କ ପାଇଁ । ପୁର୍ବରୁ ନିୟମିତ ଭାବେ ମାସକୁ ମାସ ଭତ୍ତା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯାଉଥିବାବେଳେ ଏବେ ଦୁଇ ତିନି ମାସ ହେଲା ଏକାଉଣ୍ଟକୁ ଯାଉନି । ବୁଝିବା ବେଳକୁ ଅନ୍ୟ ଏକାଉଣ୍ଟକୁ ପଳାଇଥିବା ଦେଖିବାକୁ ମିଳୁଛି । ଜଣେ ଦୁଇଜଣ ନୁହଁନ୍ତି ବ୍ଲକର ଶହଶହ ହିତାଧିକାରୀ ମଧ୍ୟରେ ଦେଖାଦେଇଛି ଏପରି ଅବ୍ୟବସ୍ଥା । ଯାହାଦ୍ୱାରା ହିତାଧିକାରୀମାନେ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ଅଯଥା ଦାୟୀ କରି ଗାଳୁଗୁଲଜ କରୁଛନ୍ତି । ଖବରରୁ ଜଣାଯାଇଛି ଯେ ହାଟଡିହି ବ୍ଲକରେ ଇନ୍ଦିରାଗାନ୍ଧୀ ଜାତୀୟ ପେନସନ ଯୋଜନାରେ ୭୬୨୩ଜଣ ହିତାଧିକାରୀ ଭତ୍ତା ପାଉଥିବାବେଳେ ମଧୁବାବୁ ଯୋଜନାରେ ୧୦୨୮୮ଜଣ ହିତାଧିକାରୀ ଭତ୍ତା ପାଉଛନ୍ତି । ପୁର୍ବରୁ ଏନଏଫଟି ମାଧ୍ୟମରେ ଭତ୍ତା ଯଙ୍କା ହିତାଧିକାରୀଙ୍କ ଏକାଉଣ୍ଟକୁ ଯାଉଥିବାବେଳେ କିନ୍ତୁ ଗତ ଦୁଇ ତିନି ମାସ ହେଲା ଏଥିରେ ପରିବର୍ତ୍ତନ କରି ଆଧାର ବେସରେ ଟଙ୍କା ପଠାଯାଉଥିବାରୁ ଅନେକ ଲୋକ ଭତ୍ତା ପାଇପାରୁ ନାହାନ୍ତି । ଯାହାକୁ ନେଇ ପ୍ରତିଦିନ ଶହଶହ ହିତାଧିକାରୀ ବ୍ଲକରେ ଭିଡ ଜମାଉଥବବା ଦେଖିବକୁ ମିଳିଛି । ଆଜି ଢ଼େଙ୍କା ପଞ୍ଚାୟତର ସାକ୍ର ସୋରେନ, ହୀରା ମୁର୍ମୁ, ମାଳତୀ ମୁର୍ମୁ, ଶଙ୍ଖା ମାଝୀ, ଲଖାୟା ମୁର୍ମୁ, ଭତ୍ତା ପାଉନଥିବା ଅଭିଯୋଗ କରି ବ୍ଲକକୁ ଆସିଥିଲେ । ସେମାନଙ୍କ ଅଭିଯୋଗ ଯେ ଗତ ତିନି ମାସ ହେଲା ଆମେ ଭତ୍ତା ପାଇପାରିନୁ । ପୁର୍ବରୁ ଭତ୍ତା ପାଉଥିବାବେଳେ ଆମ ଭତ୍ତା ଟଙ୍କା ଗଲା କୁଆଡେ ବୋଲି ସେମାନେ ଅଭିଯୋଗ କରିଛନ୍ତି । ସେହିପରି ମରୈଗାଁ ଗ୍ରାମର ଟୁନା ଗିରି ଗତ ଫେବୃୟାରୀ ମାସରୁ ଭତ୍ତା ପାଇପାରି ନାହାନ୍ତି । ଭତ୍ତା ଟଙ୍କାରେ ସେ ଔଷଧପତ୍ର କିଣୁଥିଲେ । ଭତ୍ତା ନପାଇବାରୁ ନାନା କଷ୍ଟରେ ସେ କାଳାତିପାତ କରିବା ସହ ନିଜେ ଠିକରେ ଚାଲି ପାରୁନଥିବାବେଳେ ଗ୍ରାମର ଜଣେ ଲୋକଙ୍କ ସହଯୋଗରେ ବ୍ଲକକୁ ଆସିଛନ୍ତି ବୋଲି କହିଛନ୍ତି । ଖାଲି ଏହି ୬/୭ଜଣ ନୁହଁନ୍ତି ଶହଶହ ଲୋକ ଆସ ଏପରି ଅଭିଯୋଗ କରୁଛନ୍ତି । ଏ ସମ୍ପର୍କରେ ଭତ୍ତା ବିଭାଗର କର୍ମଚାରୀଙ୍କୁ ପଚାରିବାରେ ଆଧାର ବେସରେ ତ୍ରୁଟି ଥିବାଯୋଗୁଁ ଏପରି ହୋଇଛି । ହିତାଧିକାରୀ ଦେଇଥିବା ଏକାଉଣ୍ଟରେ ଆଧାର ସଂଯୋଗ ନଥିବା ଓ କାହାର ଆଧାର ନମ୍ବର ତ୍ରୁଟି ଯୋଗୁଁ ଏପରି ହୋଇଛି । ବ୍ଲକକୁ ଆସୁଥିବା ହିତାଧିକାରୀଙ୍କ ଏପରି ତ୍ରୁଟିକୁ ଆମେ ସଂଶୋଧନ କରି ତ୍ରୁଟି ସୁଧାରି ଚାଲିଛୁ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ