ବୁଗୁଡା ପିପୁଲସ କଲେଜ ପ୍ରିନ୍ସପାଲଙ୍କ ଅବସର ଗ୍ରହଣ

ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜ ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଆଜି ଅର୍ଥାତ ଏପ୍ରିଲ ୩୦ ତାରିଖ ଦିନ ଅବସର ଗ୍ରହଣ କରିଛନ୍ତି। କଲେଜ ଷ୍ଟାପ ଆସୋସିଏସନ ପକ୍ଷରୁ କଲେଜ ପରିସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ଆୟୋଜନ ହୋଇଥିଲା। କଲେଜ ପରିଚାଳନା କମିଟି ସଭାପତି ରଜନୀକାନ୍ତ ଭଟ୍ଟ ଅଧ୍ୟକ୍ଷତା କରିଥିବା ବେଳେ ରାଜ୍ୟ ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ଅବସର ଗ୍ରହଣ କରିଥିବା ପ୍ରିନ୍ସପାଲ ଶ୍ରୀ ଦାଶଙ୍କ କଲେଜ ପ୍ରତି ଅବଦାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ। କଲେଜ ଷ୍ଟାପ ସମ୍ପାଦକ ଅଧ୍ୟାପକ ଅକ୍ଷୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ ସହ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ସହ-ସମ୍ପାଦକ ସୁଶାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଅବସରକାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ କଲେଜର ସମସ୍ତ ଅଧ୍ୟାପକ ଓ ଆଧ୍ୟାପିକା,ଏବଂ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ଏକ ଭାବବିହ୍ଵଳ ପରିବେଶ ମଧ୍ୟରେ ନିଜର ପ୍ରିୟ ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶଙ୍କୁ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ହରି କୃଷ୍ଣ ନାୟକ କଲେଜର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ