ଦିଗପହଣ୍ଡି ତହସିଲ ପକ୍ଷରୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ରବିବାର ଗ୍ରାମକଣ୍ଠ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ତହସିଲଦାର ସିପକ୍ କୁମାର ପାତ୍ରଙ୍କ ଅଧ୍ଯକ୍ଷତା ଏବଂ ବିଭାଗୀୟ କର୍ମଚାରୀ ସୁଜ୍ଞାନୀ ଦଳାଇଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବ୍ରହ୍ମପୁର ଏମ ପି ଚନ୍ଦ୍ରଶେଖର ସାହୁ ମୂଖ୍ଯଅତିଥି ଭାବେ ଯୋଗ ଦେଇଥିଲେ।ସେହିଭଳି ଦିଗପହଣ୍ଡି ବ୍ଲକ ଅଧ୍ଯକ୍ଷା ସୁନିତା କୁମାରୀ ସେଠୀ, ବିଡ଼ିଓ ଡ.ଚିତ୍ତରଞ୍ଜନ ଦାସ, ଅତିରିକ୍ତ ତହସିଲଦାର ସନାତନ ମହାଳିକ, ବ୍ଲକ ଶିକ୍ଷାଧିକାରୀ କୋରେଶୁ ସେଠୀ, ଦିଗପହଣ୍ଡି ଏନ୍ ଏ ସି ଏମ.ପି ପ୍ରତିନିଧି ନିରୂପମା ପଟ୍ଟନାୟକ, ବ୍ଲକ ବିଧାୟକ ପ୍ରତିନିଧି ବିଭୂତି ଭୂଷଣ ମହାପାତ୍ର, ପୂର୍ବତନ ସରପଞ୍ଚ ଉମା ମାହେଶ୍ବରୀ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।ଏଥିରେ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ୬୯ ଟି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ମୋଟ ୩ ଶହ ଜଣ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରାଯାଇଥିଲା।ତହସିଲ କର୍ମଚାରୀ ମୂରଲୀ ଦଳାଇ, ଦୁର୍ଗା ପ୍ରସାଦ ପାଢ଼ୀ, ଅରୁଣ ମଲ୍ଲିକ, ଦିଲ୍ଲୀପ ପଟ୍ଟନାୟକ, ରାଜସ୍ବ ସୁପ୍ରଭାଇଜର ସତ୍ୟ ନାରାୟଣ ପାଣିଗ୍ରାହୀ, ବାବୁ ସେଠୀ, ରାଜସ୍ବ ନୀରିକ୍ଷକ ଅକ୍ଷୟ ମଲ୍ଲିକ, ବିଘ୍ନେଶ୍ବର ଆଚାର୍ଯ୍ୟଙ୍କ ସମେତ ବହୁ ସଂଖ୍ୟକ ରାଜସ୍ବ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


