ସ୍କୁଲର ଶିଳାନ୍ୟାଶ ଉତ୍ସବରେ ଯୋଗଦେଲେ ବଲିଉଡ ଜଗତର ପ୍ରଖ୍ୟାତ ଗାୟକ ଜୁବିନ ନୌଟିୟାଲ
ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ବେରୁଣପଦି ଗ୍ରାମରେ ଥିବା ଉକ୍ରଳ ଗୌରବ ଇଣ୍ଟନ୍ୟସନାଲ ସ୍କୁଲର ଶ୍ରେଣୀଗୃହ ସଂପ୍ରସାରଣର ଶିଳାନ୍ୟାଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହାର ଶିଳାନ୍ୟାଶ ଉତ୍ସବରେ ବଲିଉଡ ଜଗତର ପ୍ରଖ୍ୟାତ ଗାୟକ ଜୁବିନ୍ ନୌଟିୟାଲ ଯୋଗଦେଇ ବିଦ୍ୟାଳୟରେ ଆଧ୍ୟାତ୍ମିକ ଶିକ୍ଷା ସହିତ ଗୁଣାତ୍ମକ ଶିକ୍ଷଦାନ ଛାତ୍ରଛାତ୍ରୀଙ୍କୁ ବହୁତ ଆଗକୁ ନେବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟତମ ଅତିଥି ଭାବେ ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗଦେଇ ନିଜ ମାଙ୍କ ନାମରେ ର୍ନର୍ମିତ ହେବାକୁ ଥିବା ଶ୍ରେଣୀଗୃହର ଭର୍ତ୍ତି ପ୍ରସ୍ଥର ସ୍ଥାପନ କରିବା ସହିତ ବର୍ତ୍ତମାନସ ସମୟରେ ସମାଜ ଦିନକୁ ଦିନ କଳୁଶିତ ହେବାକୁ ଲାଗିଛି । ରାଜନୀତୀ ବ୍ୟବସାୟ କରଣ ହୋଇ ଗଲାଣି । କିନ୍ତୁ ଏପରି ସମୟରେ ଗାଁକୁ ଭଲ ପାଉଥିବା ଡାକ୍ତର ପ୍ରଦୀପ ସେଠୀଙ୍କ ଭଳି ଜଣେ ବ୍ୟକ୍ତିତ୍ୱ ଦେଖିବାକୁ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ଡାକ୍ତର ପ୍ରଦୀପ ସେଠୀ ଏକ ଇଣ୍ଟରନ୍ୟସନାଲ ସ୍କୁଲ ସ୍ଥାପନ କରିବାପାଇଁ ଯେତେବେଳେ ମୋତେ କହିଲେ ମୁଁ ତାଙ୍କୁ କେନ୍ଦୁଝର ଓ ଆନନ୍ଦପୁର ଭଳି ସ୍ଥାନରେ ଖୋଲିବାପାଇଁ କହିବା ସହିତ ଜମି ଯୋଗାଇଦେବି ବୋଲି କହିଥିଲି । ମାତ୍ର ତାହାକୁ ସେ ପ୍ରତ୍ୟାଖାନ କରିବା ସହିତ ନିଜ ଗାଁ ମାଟିରେ ସ୍କୁଲଟିଏ କରି ଆର୍ଥôକ ଅନଗ୍ରସର ପିଲାମାନଙ୍କୁ ଉଚ୍ଚତ୍ତମ ଶିକ୍ଷାଦେଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାପାଇଁ ନେଇଥିବା ସଂଙ୍କଳ୍ପ ବାବଦରେ କହିବାପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି । ସେତେବେଳେ ଭାବିଥିଲି, ସତରେ କଣ ଗାଁ ମାଟିକୁ ଭଲ ପାଉଥିବା ଏପରି ଲୋକ ଅଛନ୍ତି । ବର୍ତ୍ତମାନ ସମୟରେ ଅନେକ ଲୋକ ବିଭିନ୍ନ ପଦ ପଦବୀରେ ଅଧିଷ୍ଠିତ ହେବାପରେ ଗାଁ ଛାଡଇ ସହରକୁ ପଳାଉଥିବାବେଳେ ଗାଁକୁ ଭୁଲି ଯାଉଛନ୍ତି । କିନ୍ତୁ ଡାକ୍ତର ପ୍ରଦୀପ ସେଠୀ ଏବେ ଆନ୍ତର୍ଯ୍ୟାତିକ ସ୍ତରରେ ସୁକ୍ଷାତି ଲାଭ କରିଥିବା ଜଣେ ଡାକ୍ତର ହୋଇବି ନିଜ ଗାଁ ମାଟିକୁ ଭଲ ପାଇବା ଭଳି ଜଣେ ବ୍ୟକ୍ତିତ୍ୱ ନିଶ୍ଚୟ ବିରଳ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ଅନ୍ୟମାନଙ୍କ ଭିତରେ ଶିଳ୍ପପତି ନବଜ୍ୟୋତି ପଟ୍ଟନାୟକ, ଦିବ୍ୟଲୋକ ପଟ୍ଟନାୟକ, ସୁକାନ୍ତ ସାହୁ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଡ.ଅଶୋକ ପୁହାଣ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ । ସ୍କୁଲର ମୁଖ୍ୟ ପରାମର୍ଶଦାତା ବାସୁଦେବ ଭଟ୍ଟ ସଭାରେ ସଭାପତିତ୍ୱ କରିଥିବାବେଳେ ସ୍କୁଲର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍କୁଲର ପ୍ରତିଷ୍ଠାତା ଡାକ୍ତର ପ୍ରଦୀପ ସେଠୀ ସ୍କୁଲର ଆଭିମୁଖ୍ୟ ସମ୍ପର୍କରେ ନିଜ ମତ ଉପସ୍ଥାପିତ କରି ଏହି ବିଦ୍ୟାଳୟରେ ଛାତ୍ରଚାତ୍ରୀ ମାନଙ୍କୁ ଏକାଡେମିକ ଶିକ୍ଷା ଦେବାପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯିବା ସମ୍ପର୍କରେ ସୁଚନା ଦେଇଥିଲେ । ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିସରରେ କନକ ମଞ୍ଜରୀ ବ୍ଲକ, ତାରା ପଟ୍ଟନାୟକ ସ୍ପୋର୍ଟର୍ସ କମ୍ପ୍ଲେକ୍ସ , ମନୋଜ ଦାସ ଲାଇବ୍ରେରୀର ଶିଳାନ୍ୟାଶ କରାଯାଇଥିଲା । ଏହି ଅବସରରେ ସ୍କୁଲ ପାଇଁ ଜମିଦାନ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୁଡରେ ଏହି ସ୍କୁଲକୁ ଆନୁଷ୍ଠାନିକ ଭାବେ ଉଦଘାଯନ କରିଥିଲେ ।


