ମେଧାବୃତ୍ତି ପରୀକ୍ଷାରେ ଛାତ୍ରଙ୍କ କୃତ୍ତିତ୍ୱ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଡଅଁର ପଞ୍ଚାୟତ ସରକାରୀ ଉପ୍ରା ବିଦ୍ୟାଳୟ ଡଅଁର ର ଅଷ୍ଟମ ଶ୍ରେଣୀର ଛାତ୍ର ତ୍ତକତିବାସ ନାୟକ ଚଳିତବର୍ଷ ଏନ.ଏମ.ଏସ ପରୀକ୍ଷାରେ କୃତ୍ତିତ୍ୱ ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛନ୍ତି । ଡଅଁର ଗ୍ରାମର ବରିଷ୍ଠ ଶିକ୍ଷାବିତ ପ୍ରବୀର କୁମାର ନାୟକଙ୍କ ଓ ବିଷ୍ଣୁପ୍ରୀୟା ନାୟକଙ୍କ ସୁପୁତ୍ର ଅଟନ୍ତି । ସେ ତାଙ୍କର ଏହି ସଫଳତାର ଶ୍ରେୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିଶିର କୁମାର ନାୟକଙ୍କ ସହ ଗୁରୁଜୀ ଗୁରମା ଓ ଟିଏମ ଏକାଡେମୀ ସେଣ୍ଟରର ସମସ୍ତ ଶିକ୍ଷକଙ୍କୁ ଦେଇଛନ୍ତି । ସେମାନଙ୍କ ପ୍ରେରଣା ଯୋଗୁଁ ଏପରି ସଫଳତା ହାସଲ କରିବା ସମ୍ଭବ ହୋଇଛି ବୋଲି କହିଛନ୍ତି । ସେ ନିଜକୁ ଜଣେ ଭଲ ବିଦ୍ୟାର୍ଥି ଭାବେ ଗଢ଼ି ତୋଳିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ