ଶାସଙ୍ଗ ଆଞ୍ଚଳିକ ସାଧାନକେନ୍ଦ୍ର ପକ୍ଷରୁ ‘ଆମ ଖେଳନା ଆମ ସଂସ୍କୃତି’ କର୍ମଶାଳା ଉଦଯାପିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଶାସଙ୍ଗ ଆଞ୍ଚଳିକ ସାଧନକେନ୍ଦ୍ର ପକ୍ଷରୁ ସମଗ୍ରଶିକ୍ଷା କେନ୍ଦୁଝରର ଆନୁକୁଲ୍ୟରେ ବାଇଧର ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ଦୁଇ ଦିନିଆ ‘ଆମ ଖେଳନା ଆମ ସଂସ୍କୃତି’ କର୍ମଶାଳା ଉଦଯାପିତ ହୋଇଯାଇଛି । ସିଆରସିସି ଅଞ୍ଜନ କୁମାର ଦାସଙ୍କ ସଂଯୋଜନାରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କର୍ମଶାଳାକୁ ଶାସଙ୍ଗ ହାଇସ୍କୁଲର ବରିଷ୍ଠ ଶିକ୍ଷକ ରାଧାକୃଷ୍ଣ ପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କର୍ମଶାଳାରେ ନିରାକାର ଜେନା, ପ୍ରୀୟଦର୍ଶନୀ ପରିଡା, ଅନିଲ କୁମାର ଓଝା, ପ୍ରତିମାରାଣୀ ଖୁଣ୍ଟିଆ, ରଞ୍ଜନ କୁମାର ପଣ୍ଡା, ଦେବସ୍ମୀତା ଜେନା ପ୍ରମୁଖ ପ୍ରଶିକ୍ଷକ ଭାବେ ଯୋଗଦେଇ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ବିଭିନ୍ନ ଖେଳନା ପ୍ରସ୍ତୁତି ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ । ଅଙ୍ଗନବାଡି ଠାରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ପ୍ରତି ବିମୁଖ ହେଉଥିବା ଛାତ୍ରଛାତ୍ରୀ ମାନଙ୍କୁ ‘ଆମ ଖେଳନା ଆମ ସଂସ୍କୃତି’ ମାଧ୍ୟରେ କିପରି ଶିକ୍ଷା ପାଇଁ ଆଗ୍ରହୀ ହେବେ ସେନେଇ ତାଲିମ ପ୍ରଦାନ କରିଥିଲେ । ଏଥିରେ ଶାନ୍ତନୁ କୁମାର ରାଉତ, ଲଳିତ କୁମାର ବିଶ୍ୱାଳ, କୁମୁଦୁନି ସାମଲ, ମାମିନା ପ୍ରଧାନ, ଶଶିକଳା ପହି, ରୁପା ମୈକାପ, ସସ୍ମୀତା ଦାସ, ପୁଷ୍ପିତା ନାୟକ, ପୁଷ୍ପାଞ୍ଜଳୀ ଖୁଣ୍ଟିଆ, ପ୍ରତିମା ନାଇକ, ସୁକେସିନୀ ସାହୁ, ଉଷାରାଣୀ ଦାସ, ସୁଲୋଚନା ସାହୁ, ବରୁଣୀ ହାଁସଦା, ମଧୁସ୍ମୀତା ସେଠୀ, ସରସ୍ୱତୀ ମାରାଣ୍ଡି, ଗଙ୍ଗାଧର ଜେନା, ଗାୟତ୍ରୀରାଣୀ ରାଉତ, ରାକେଶ କୁମାର ମଲ୍ଲିକ, ପୁର୍ଣ୍ଣଚନ୍ଦ୍ର ଓଝା, ଅମୀୟ ରଞ୍ଚନ ରାଉତ, ଗୌରୀଦତ୍ତା ମାଝୀ, ଉମାମଣି ପାଢ଼ୀ, ଲକ୍ଷ୍ମୀପ୍ରୀୟା ଜେନା, ହରେକୃଷ୍ଣ ଭୁୟାଁଙ୍କ ସମେତ ଅନେକ ଶିକ୍ଷକ ଶିକ୍ଷୟତ୍ରୀ ଏହି କର୍ମଶାଳାରେ ଯୋଗଦେଇଥିଲେ ।


