ରାଷ୍ଟ୍ରପତିଙ୍କ ‘ନିଶାମୁକ୍ତ ଓଡ଼ିଶା’ଆହ୍ୱାନକୁ ‘ମନା’ର ସ୍ୱାଗତ
ବାଲେଶ୍ୱର, (ସରୋଜ ପଣ୍ଡା):‘ମଳିତ ନିଶା ନିବାରଣ ଅଭିଯାନ ‘ମନା’ର ଏକ ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ‘ନିଶାମୁକ୍ତ ଓଡ଼ିଶା’ ଆହ୍ୱାନକୁ ଏହି ବୈଠକରେ ସ୍ୱାଗତ କରାଯାଇଛି । ଏନେଇ ବୈଠକରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ‘ମନା’ର ସାଧାରଣ ସଂପାଦିକା ମମତା ମହାପାତ୍ର ରାଷ୍ଟ୍ରପତିଙ୍କୁ ବାରିପଦା ସର୍କିଟ ହାଉସରେ ସାକ୍ଷାତ ସହ ସଂଗଠନର ବାର୍ଷିକ ମୁଖପତ୍ର-୨୦୨୩ ପ୍ରଦାନ କରିଥିବା କହିଥିଲେ । ଓଡ଼ିଶାରେ ୧୯୫୬ ମସିହାରେ ପ୍ରଣୀତ ନିଶା ନିବାରଣ ଆଇନ୍କୁ କାର୍ଯ୍ୟକାରୀ ପାଇଁ ଏକ ସ୍ମାରକପତ୍ର ଦେଇଥିଲେ । ରାଷ୍ଟ୍ରପତିଙ୍କ ନିଶା ବିରୋଧୀ ସଚେତନତା ଆହ୍ୱାନକୁ ସ୍ୱାଗତ ସାଙ୍ଗକୁ ରାଜ୍ୟରେ ପୂର୍ଣ୍ଣ ନିଶା ନିବାରଣ ଆଇନ କାର୍ଯ୍ୟକାରୀ ପାଇଁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବା ଉପରେ ମନାର ଉପଦେଷ୍ଟା ସୁବ୍ରତ କର ଏହି ବୈଠକରେ ଗୁରୁତ୍ୱ ଆରୋପ କରିଥିଲେ । ଏହି ବୈଠକରେ କୁମୁନ୍ଦ ରଞ୍ଜନ ଗିରି, ଡ. କ୍ଷିତୀଶ୍ୱର ଦାଶ, ଗୌରାଙ୍ଗ ପାଣିଗ୍ରାହୀ, କମଳାକାନ୍ତ ଦାଶ, ଭାରତୀ ପଣ୍ଡା, ରମେଶ ଚନ୍ଦ୍ର ଜେନା, ବେଣୁଧର ସାହୁ, ନିରଞ୍ଜନ ପରିଡ଼ା, ଡ. କେଶବ ଚରଣ ପଣ୍ଡା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଆଗତ କରିଥିବା ବେଳେ ଗୀତାଞ୍ଜଳି ସିଂହ, ସନାତନ ଦାସ, ଶଶାଙ୍କ ଶେଖର ଦତ୍ତ, ଯୋଗେଶ ଚନ୍ଦ୍ର ପ୍ରଧାନ, ରବି ପାଣିଗ୍ରାହୀ, ପ୍ରସନ୍ନ କୁମାର ପାଢ଼ୀ, ସ୍ମୃତି ଦାସ, କଲ୍ୟାଣୀ ନନ୍ଦ, ବାସନ୍ତୀ କର, ସଂଯୁକ୍ତା ବେହେରା, ଅଜିତ୍ କୁମାର ବରାଳ, ପ୍ରଣୀତା ମିଶ୍ର, ତ୍ରିଦୀବ ନାୟକ ଓ ବସନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସରସ୍ୱତୀ ପଣ୍ଡା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


