ସାନ୍ତାଳୀ ସମାଜର ଆଇକନ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠର ଐତିହ୍ୟ ପର୍ଯ୍ୟଟନ ସ୍ଥଳର ବିକାଶ

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ଆଦିବାସୀ ସାନ୍ତାଳୀ ସମାଜର ପ୍ରାତଃ ସ୍ମରଣୀୟ, ରାଇରଙ୍ଗପୁର ଅଂଚଳର ସୁଯୋଗ୍ୟ ସନ୍ତାନ,ସମାଜ ସଂସ୍କାରକ, ବିଶିଷ୍ଟ ସାରସ୍ଵତ ସାଧକ,ବିଦ୍ୱାନ,ଆଧ୍ଯାତ୍ମ ପୁରୁଷ, ନାଟ୍ୟକାର,ଦୂରଦ୍ରଷ୍ଟା , ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ବାରା ସାନ୍ତାଳୀ ଲିପି ଅଲଚିକି ଉଦ୍ଭାବନା ଯୋଗୁଁ ସାରା ବିଶ୍ଵର ସାନ୍ତାଳୀ ସମାଜ ଏକ ସୂତ୍ରରେ ଯୋଡ଼ି ହୋଇଛନ୍ତି । ସେ ଜାଣିଥିଲେ ଶିକ୍ଷା ହିଁ ପ୍ରଗତିର ରଥ । ଆଦିବାସୀ ମାନେ ଶିକ୍ଷାରେ ପଛୁଆ ।ଅନ୍ୟ ଭାଷାଠାରୁ ଦୂରରେ ।ଶିକ୍ଷା ଅଭାବ ଯୋଗୁଁ ଆଦିବାସୀମାନେ ସମାଜର ଜାତୀୟ ସ୍ରୋତରେ ମିଶି ପାରୁ ନାହାଁନ୍ତି । ତେଣୁ ଶିକ୍ଷିତ ହେଲେ ପ୍ରଗତି ହେବ । ତେଣୁ ଆଦିବାସୀ ସାନ୍ତାଳୀ ସମାଜର ଲୋକଙ୍କୁ ଶିକ୍ଷା ରଥରେ ବସାଇବା ପାଇଁ ନିଜ ମାତୃଭାଷାରେ ବହୁ କଷ୍ଟ ସ୍ବିକାର କରି ସାନ୍ତାଳୀ ଭାଷାର ଅଲଚିକି ଲିପି ସୃଷ୍ଟିକରି ଇତିହାସର ସ୍ବର୍ଣାକ୍ଷରରେ ଲିପିବଦ୍ଧ କରିଛନ୍ତି । ଯାହାକୁ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ସମ୍ବିଧାନର ଅଷ୍ଟମ ଛେଦରେ ମାନ୍ୟତା ପାଇଥିଲା ।ସେହି କାଳଜୟୀ ଯୋଗଜନ୍ମାଙ୍କର ଆଜି ୧୧୯ ତମ ଜୟନ୍ତୀ ।ଏହି ଅବସରରେ ଆଦିବାସୀଙ୍କୁ ହୃଦୟରୁ ଭଲ ପାଉଥିବା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧୀ ପୀଠକୁ ଏକ ବିଶ୍ବ ସ୍ତରୀୟ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ପରିଣତ ପାଇଁ ହୃଦୟ ଖୋଲି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଏପ୍ରିଲ ୨ ତାରିଖରେ ୫ଟି ସଚିବ ଭି.କେ.ପାଣ୍ଡିଆନ ରାଇରଙ୍ଗପୁର ଗସ୍ତରେ ଆସିଥିଲେ ।୫-ଟି ସଚିବ ଦାଣ୍ଡବୋଷ ଯାଇ ସେଠାରେ ଗ୍ରାମବାସୀ, ପରିବାରବର୍ଗ, ସାନ୍ତାଳୀ ସମାଜର ବିଭିନ୍ନ ବର୍ଗଙ୍କ ସହ ସମାଧୀ ପୀଠର ବିକାଶ ପାଇଁ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ସବିଶେଷ ଅବଗତ କରାଇଥିଲେ । ମୁଖ୍ୟମନ୍ତ୍ରୀ ଅତ୍ୟନ୍ତ ପ୍ରୀତ ହୋଇ ସେହି ମହାନ କାଳଜୟୀ ପୁରୁଷଙ୍କ ସମ୍ମାନାର୍ଥେ ସମାଧୀ ପୀଠକୁ ବିଶ୍ବରେ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ପାଇଁ ୧୧୯ ତମ ଜୟନ୍ତୀ ଅବସରର ଦିନକ ପୂର୍ବରୁ ଟଙ୍କା ବାକ୍ସରୁ ୧୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି । ସମାଧୀ ପୀଠର ରାସ୍ତା,ତୋରଣ,ଆଲୋକୀକରଣ,ପୁଷ୍କରିଣୀ ଉନ୍ନତିକରଣ, ସମାଧୀ ପୀଠ ର ଉନ୍ନତିକରଣ,ପାର୍କ,ପୂଜାସ୍ଥଳୀର ଉନ୍ନତିକରଣ,ପର୍ଯ୍ଯଟକଙ୍କ ରହଣୀ କେନ୍ଦ୍ର,ଗବେଷଣା କେନ୍ଦ୍ର, ପାଚେରୀ ବୃକ୍ଷରୋପଣ, ପାଠାଗାର, ସଂସ୍କୃତି ଭବନ,ଐତିହ୍ୟ ଗ୍ରାମ ଇତ୍ୟାଦି । ଏହି ଅବସରରେ ଆଜିର ଦିନରେ ଦାଣ୍ଡବୋଷ ଗ୍ରାମର ଅଗ୍ରଣୀ ସାମାଜିକ ଅନୁଷ୍ଠାନ’ ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ କ୍ଲବ’ ଆନୁକୁଲ୍ୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ମହିଳା ବିକାଶ ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ରାଜ୍ୟସଭା ସାଂସଦ ମମତା ମହାନ୍ତ, ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି,ମୋରଡା ବିଧାୟକ ରାଜ କିଶୋର‌ଦାସ , ରାଜ୍ୟ ଆଇଟି ସେଲ ଅଧ୍ୟକ୍ଷ ସୁବ୍ରତ ଛାଟୋଇ, ମୟୂରଭଞ୍ଜ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ମୟୂରଭଞ୍ଜ ଜିଲ୍ଲା ସଦର ବିଜେଡି ସଭାପତି କାଶୀନାଥ ହେମ୍ବ୍ରମ, ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟ୍ଟନାୟକ , ରାଇରଙ୍ଗପୁର ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା,ସାରସକଣା ପୂର୍ବତନ ବିଧାୟକ ଭାଦଵ ହାଁସଦା,ରାଜ୍ୟ କୃଷି ନିଗମ ଅଧ୍ୟକ୍ଷ ଦେବାଶିଷ ମହାନ୍ତି,ରାଜ୍ୟ ଗ୍ରାମୀଣ ବିଜୁ ସେତୁ ଉପଦେଷ୍ଟା ସଚିବ ରତିକାନ୍ତ ପରୀକ୍ଷା,ରାଜ୍ୟ ଵିଦ୍ଯୂତ ବିଭାଗ ଉପଦେଷ୍ଟା ସଚିବ ଦିପ୍ତୀମାନ ବଳ,ଆସେକା ସଭାପତି ମନୋରଞ୍ଜନ ମୁର୍ମୁ,ମହିଳା ନେତ୍ରୀ ତନୁଜା ମହାନ୍ତ, ବିଭିନ୍ନ ରାଜ୍ୟର ସାନ୍ତାଳୀ ଗବେଷକ,ବିଦ୍ୱାନ, ପ୍ରମୁଖ ଯୋଗ ଦେଇ ସେହି ଅମ୍ଳାନ ପ୍ରତିଭାର ଅଧିକାରୀ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ପୁଷ୍ପମାଲ୍ୟ ଦେଇ ଗଭୀର‌ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ପରେ ତାଙ୍କର ଜୀବନୀ ଉପରେ ଆଲୋକପାତ କରିବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତାଙ୍କରି ନାମରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା,ଜନ୍ମ ଦିନରେ ସରକାରୀ ଛୁଟି ଏବଂ ସମାଧୀପୀଠକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଁ ପ୍ରଥମ ପର୍ଯ୍ୟାୟରେ ୧୦ କୋଟି ଟଙ୍କା ଅନୁମୋଦନ କରିଥିବାରୁ ମେମୋରିଆଲ କ୍ଲବ, ଗ୍ରାମବାସୀ, ବିଭିନ୍ନ ସାମାଜିକ ସଂଗଠନ,ବିଜେଡି ତରଫରୁ ସାନ୍ତାଳୀ ସମାଜ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ,୫ ଟି ସଚିବ ଭି କେ ପାଣ୍ଡିଆନ, ମୟୂରଭଞ୍ଜ ଜିଲ୍ଲାର ସୁଖଦୁଖର ଦରଦୀ ବଂଧୁ ରାଜ୍ୟ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ କୃତଜ୍ଞତା ଜଣାଇଥିଲେ । ପରେ କିଛି ସାନ୍ତାଳୀ ବିଦ୍ୱାନ ଙ୍କୁ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ ।ତଦସହ ଏହି ଧନ୍ୟବାଦ ଉତ୍ସବରେ ଆଦିବାସୀ ପାରଂପାରିକ ନୃତ୍ୟ,ଢୋଲ ,ମାଦଳର ତାଳେ ତାଳେ ଧନ୍ୟବାଦ ଉତ୍ସବ ମହାସମାରୋହରେ ପାଳନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ