ଶ୍ରମିକଙ୍କ ସ୍ୱାସ୍ଥ୍ୟ ଓ ସାମାଜିକ ସୁରକ୍ଷା ସମ୍ପର୍କିତ କର୍ମଶାଳା

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ୱେଚ୍ଛାସେବୀ ସଂଗଠନ ‘ଇଣ୍ଡୋ-ଜର୍ମାନ ଫୋକାଲ ପଏଣ୍ଟ’ (ଆଇଜିଏଫପି) ପକ୍ଷରୁ ଶ୍ରମିକଙ୍କ ସାମାଜିକ ସୁରକ୍ଷା ଓ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କିତ ଏକ କର୍ମଶାଳା ସହର ଉପକଣ୍ଠ ବାମପଦା ସ୍ଥିତି ନୋସି ବିଜନେସ ପାର୍କରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ଶ୍ରମ ଓ ଶ୍ରମିକ ବୀମା ବିଭାଗ, ବାଲେଶ୍ୱର ଜିଲ୍ଲା ପ୍ରଶାସନ, ଉତ୍ତର ଓଡିଶା ଶିଳ୍ପ ମହାସଂଘ (ନୋସି), ରାଜ୍ୟ ଏମଏସଏମଇ ବିଭାଗ ଓ ଜର୍ମାନ ସାମାଜିକ ଦୁର୍ଘଟଣା ବୀମା (ଡିଜିୟୁଭି) ସଂଗଠନର ମିଳିତ ସହଯୋଗରେ ଆୟୋଜିତ ଏହି କର୍ମଶାଳାକୁ ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ ଉଦଘାଟନ କରିବା ସହ ଶ୍ରମିକଙ୍କ ନିରାପତ୍ତା ଓ ସାମାଜିକ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଶ୍ରମିକଙ୍କ ସାମାଜିକ ସୁରକ୍ଷା ନେଇ ସରକାରୀ ନିୟମ କାର୍ଯ୍ୟକାରିତା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ବିଭାଗୀୟ ଉପ ସଚିବ ନିରଞ୍ଜନ ଜେନା ଓ ରାଜ୍ୟ ଶ୍ରମିକ ବୀମା ବିଭାଗ ଆଞ୍ଚଳିକ ନିର୍ଦ୍ଦେଶକ ପାର୍ଥସାରଥୀ ପଣ୍ଡା ଏଥିରେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ଶ୍ରମ ଓ ଶ୍ରମିକ ବୀମା ବିଭାଗ ପ୍ରମୁଖ ସଚିବ ଆର ଶାନ୍ତନା ଗୋପାଳନ ଆଭାସି ଜରିଆରେ ଏହି କାର୍ଯ୍ୟକ୍ରମରେ ଯୋଡ଼ିହୋଇ ବକ୍ତବ୍ୟ ପ୍ରଦାନ କରିଥିଲେ । ରାଜ୍ୟ ଶ୍ରମିକ ବୀମା ବିଭାଗର ପୂର୍ବତନ ଆୟୁକ୍ତ ତଥା ଆଇଜିଏଫପିର ନିର୍ଦ୍ଦେଶକ ବି କେ ସାହୁ ଏଥିରେ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ କର୍ମଶାଳାର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ନୋସିର ସଭାପତି ପି କେ ଡାଭେ ଏଥିରେ ସ୍ୱାଗତ ଭାଷଣ ରଖିଥିବା ବେଳେ ନୋସି ଚନ୍ଦ୍ରପ୍ରକାଶ ଭରତିଆ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ପରେ ଅନୁଷ୍ଠିତ ବୈଷୟିକ ଅଧିବେଶନରେ ଶିଳ୍ପାନୁଷ୍ଠାନ ରେଡିଓଲୋଜିକାଲ ଓ ନ୍ୟୁକ୍ଲିୟର ବିଭାଗ ଜେନେରାଲ ମ୍ୟାନେଜର ଡ. ମଳୟ କୁମାର ପ୍ରଧାନ, ଆଇଏସଏସଏର ସେକ୍ରେଟାରୀ ଜେନେରାଲ ସିଗ୍ରିଡ ରୋଥ, ଏଲ ଏଣ୍ଡ ଟିର ପରିବେଶ, ସ୍ୱାସ୍ଥ୍ୟ ବିଭାଗ ମୁଖ୍ୟ ଡ. କ୍ରିଷ୍ଣା ନିର୍ମାଲ୍ୟ ସେନ, କଲ୍ୟାଣୀ ବିଶ୍ୱବିଦ୍ୟାଳୟର ଶରୀର ଶାସ୍ତ୍ର ବିଭାଗ ମୁଖ୍ୟ ପ୍ରଫେସର ଶୁଭାଶିଷ ସାହୁ, ଟାଟା ଷ୍ଟିଲ ଫେରୋ ଆଲୋଏଜ୍ ବୈଷୟିକ ବିଭାଗ ସିନିୟର ମ୍ୟାନେଜର ଆଶିଷ ଶତପଥୀ, ମାନବ ସମ୍ବଳ ଉପଦେଷ୍ଟା ତଥା ବୈବସାୟିକ ପ୍ରତିଷ୍ଠାନ ପ୍ରଶିକ୍ଷକ ଡ. ଅଶୋକ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ