ଟ୍ରେଜେରୀ ଅମଲା ସଂଘର ଆନ୍ଦୋଳନ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନିଖିଳ ଓଡ଼ିଶା ଟ୍ରେଜେରୀ ଅମଲା ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରୀ କମିଟୀ ବୈଠକ ଶ୍ରୀ ସମର ରଞ୍ଜନ କାନୁନଗୋଙ୍କ ଅଧ୍ୟକ୍ଷତାରେ ରବିବାର ଦିନ ଅଣଗେଜେଟେଡ଼ କର୍ମଚାରୀ ସଂଘ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ଶ୍ରୀ ଶୁଭେନ୍ଦୁ କୁମାର ରାଉତରାୟ ସଭାର ଆଲୋଚ୍ୟ ବିଷୟ ଉପରେ ବିଶେଷକରି ମିଳିତ ଅମଲା ମଞ୍ଚର ଆଗାମୀ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା, କ୍ୟାଡ଼ର ପୁନଃଗଠନ, ରାଜ୍ୟ ସମ୍ମିଳନୀ, ବିଭିନ୍ନ ଜିଲ୍ଲାରେ କମିଟୀ ଗଠନ, ପାଣ୍ଠି ସଂଗ୍ରହ ଓ ଅନ୍ୟାନ୍ୟ ଆଞ୍ଚଳିକ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ନିବେଦନ କରିଥିଲେ । ଏହି ବୈଠକରେ ରାଜ୍ୟ କମିଟୀର କର୍ମକର୍ତ୍ତା ଓ ସଦସ୍ୟ/ସଦସ୍ୟାଙ୍କ ସମେତ ବିଭିନ୍ନ ଜିଲ୍ଲାରୁ ସଭାପତି, ସମ୍ପାଦକ ଓ ପ୍ରତିନିଧିମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ୨୦୧୮ ମସିହାରୁ କ୍ୟାଡ଼ର ପୁନଃଗଠନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ସତ୍ତ୍ୱେ ଓ ବିଭିନ୍ନ ବିଭାଗରେ ତାହା କାର୍ଯ୍ୟକାରୀ ହୋଇଥିଲା ବେଳେ ଟ୍ରେଜେରୀ ଅମଲାମାନଙ୍କ କ୍ଷେତ୍ରରେ ଏହା ଲାଗୁ କରାଯାଉନାହିଁ । ଯାହା ଟ୍ରେଜେରୀ ଅମଲାମାନଙ୍କ ମଧ୍ୟରେ ନୈରାଶ୍ୟ ସୃଷ୍ଟି କରିଛି । ଏତଦ୍‌ବ୍ୟତୀତ ଟ୍ରେଜେରୀ ନିର୍ଦ୍ଦେଶାଳୟରେ ଠିକ୍ ସମୟରେ ପ୍ରମୋଶନ ନହୋଇ ପାରିବା, ପ୍ରମୋଶନରେ ଗୁପ୍ତ ଚରିତ୍ର ପଞ୍ଜିକା ଆଳ ଦେଖାଇ ବିଭିନ୍ନ କର୍ମଚାରୀଙ୍କୁ ଏହି ସୁଯୋଗରୁ ବଞ୍ôଚତ କରିବା, ଗୃହଋଣ, ପେନସନ, ଗ୍ରାଚ୍ୟୁଇଟି, ବଳାକା ଛୁଟି (ଟଦ୍ଭଙ୍କଗ୍ଧସକ୍ଷସଚ୍ଛରୟ ଖରବଙ୍ଖର ଝବକ୍ଷବକ୍ସଚ୍ଚ) ମଞ୍ଜୁରୀ ଆଦି କ୍ଷେତ୍ରରେ ଚରମ ଅବହେଳା ଇତ୍ୟାଦି ବିଷୟରେ ବିଶଦ ଆଲୋଚନା ହୋଇ ଗୃହରେ କ୍ଷୋଭ ପ୍ରକାଶ କରାଯାଇଥିଲା । ଟ୍ରେଜେରୀ ଅମଲାମାନଙ୍କ କ୍ଷେତ୍ରରେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ ଓ କମ୍ପୁଟର ଟ୍ରେନିଂ ନେଉଥିବା ବେଳେ ସେମାନଙ୍କୁ ଅନ୍ୟ କ୍ଷେତ୍ରରେ ତତୁଲ୍ୟ ଶିକ୍ଷାଗତ ଯୋଗ୍ୟତାର କର୍ମଚାରୀମାନଙ୍କୁ ଦିଆଯାଉଥିବା ଗ୍ରେଡ଼ ପେ (ଟ.୪୨୦୦/-) / ଦରମାରୁ ବଞ୍ôଚତ କରିବା ନେଇ ଆଗାମୀ ଦିନରେ ଜିଲ୍ଲାସ୍ତରୀୟ ମିଳିତ ଅମଲା ମଞ୍ଚ ତରଫରୁ ଆହୂତ ଆନ୍ଦୋଳନକୁ ଜଣେ ଅଂଶୀଦାର ଭାବେ ପୂର୍ଣ୍ଣ ସମର୍ଥନ ଘୋଷଣା ସପକ୍ଷରେ ମତ ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ