ନିଆଁ ଚୁଲିରେ ପଡି ଶିଶୁପୁତ୍ର ଗୁରୁତର
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଦଲିକି ଗ୍ରାମରେ ଜଣେ ଶିଶୁ ନିଆଁ ଚୁଲିରେ ପଡିଯାଇ ଗୁରୁତର ହୋଇଛି । ତାକୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ସୁଚନାରୁ ଜଣାଯାଇଛି ଯେ ଗ୍ରାମର ବାଜୁ ହୋ ଓ ବୁଦୁନି ହୋଙ୍କ ଛୋଟ ପୁଅଟି ବାରଣ୍ଡାରେ ଖେଳୁଥିବା ସମୟରେ ମା ରୋଷଇ ଚୁଲିରେ ରୋଷେଇ କରୁଥିଲେ । ଏହି ସମୟରେ ଛୋଟ ଶିଶୁଟି ଗୁରୁଣ୍ଡି ଗୁରୁଣ୍ଡି ଆସି କେତେବେଳେ ଚୁଲିରେ ପଡି ଯାଇଛି ମା ଜାଣିପାରି ନାହିଁ । ଛୁଆଟିର କାନ୍ଦଣା ଶୁଣି ମା ଦଉଡିଯାଇ ଶିଶୁପୁତ୍ରକୁ ଚୁଲିରୁ ଟାଣି ଆଣିଥିଲା । ତୁରନ୍ତ ଶିଶୁପୁତ୍ରଟିକୁ ନେଇ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭତ୍ତି କରି ଚିକିତ୍ସା କରିବାପରେ ଶିଶୁର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାଯାଇଛି ।


