ଋାସ୍ତା କାମ ଅଧପନ୍ତରିଆ ଯାତାୟତ ଠପ୍

ଛତ୍ରପୁର, (ଦେବଦତ୍ତ ମହାରଣା):ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଚିକଲଖଣ୍ଢି ପଂଚାୟତ ର ବାସନାପଲ୍ଲୀ ରୁ ପୁରୁଣା ପାଟଣା ଯିବା ରାସ୍ତା ଅଧପନ୍ତରିଆ ନିର୍ମାଣ କାର୍ଯ୍ୟ ଯୋଗୁଁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ଦୀର୍ଘ ୪ ଦିନ ହେଲା ଆର ଡି ବିଭାଗ ପକ୍ଷରୁ ରାସ୍ତାଟିକୁ ସମ୍ପୁର୍ଣ୍ଣ ଖୋଳା ଯାଇଥିବାରୁ ଲୋକେ ପାଶ୍ୱର୍ରେ ଥିବା ବିଲ ପଟେ ଯିବା ଆସିବା କରୁଥିଲେ । ମଙ୍ଗଳବାର ଛତ୍ରପୁର ସହରରେ ବର୍ଷା ହେବାରୁ ଉକ୍ତ ବିଲ ରାସ୍ତା ଟି ସମ୍ପୁର୍ଣ୍ଣ କାଦୁଅ ହୋଇଯାଇଥିବାରୁ ସେହି ରାସ୍ତା ଦେଇ ଯିବା ଆସିବା କରିବା ସମ୍ଭବପର ହୋଇପାରୁନାହିଁ । ଅନ୍ୟପଟେ ରାସ୍ତା କାମ କରିବା ପୂର୍ବରୁ ଗୋଟାଏ ପାଶ୍ୱର୍ ଖୋଳାଯିବା ପାଇଁ ନିୟମ ରହିଥିଲେ ମଧ୍ୟ କାହିଁକି ସମ୍ପୂର୍ଣ୍ଣ ରାସ୍ତାଟିକୁ ଖୋଳାଗଲା । ଯଦି ଖୋଳାଗଲା ତା ହେଲେ ଦୀର୍ଘ ୪ ଦିନ ହେଲା କାହିଁକି ସେହି ରାସ୍ତା କାମ ସମ୍ପୁର୍ଣ୍ଣ କରାଯାଇପାରୁନି ବୋଲି ସ୍ଥାନୀୟ ବାସିନ୍ଦା ମାନେ ପ୍ରଶ୍ନ କରିଛନ୍ତି । ଏଣୂ ରାସ୍ତା କାମ ଟି ତୁରନ୍ତ କାର୍ଯ୍ୟ ଶେଷ କରିବା ନିମନ୍ତେ ଦାବୀ ହୋଇଛି । ସୂଚନା ଥାଉ କି, ଛତ୍ରପୁର ରୁ ସେହି ରାସ୍ତା ଦେଇ ୪ ଟି ପଂଚାୟତର ଲୋକେ ଯିବା ଆସିବା କରୁଛନ୍ତି । ଏହି ପଂଚାୟତ ମାନଙ୍କୁ ଯିବା ପାଇଁ ଅନ୍ୟ କୌଣସି ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ବ୍ୟତୀତ ଜରୁରୀ କାଳୀନ ପରିସ୍ଥିତିରେ କୌଣସି ଆମ୍ବୁଲାନ୍ସ ମଧ୍ୟ ସେହି ରାସ୍ତା ଦେଇ ଯିବା ଆସିବା କରିପାରୁନଥିବାରୁ ଲୋକେ ଚିନ୍ତାରେ ବସି ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ