ଉସ୍ତାଜଗନ୍ନାଥପୁର ରେ ମାଗଣା ଚକ୍ଷୁ ଚିକତ୍ସା ଶିବିର ଅନୁଷ୍ଠିତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ରଧାଦେଇପୂର୍ ପଞ୍ଚାୟତ ଉସ୍ତାଜଗନ୍ନାଥ ପୁର ଯୁବକସଂଘ,ଗ୍ରାମବାସୀ ଏବଂ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକ୍ୟୁଲ୍ୟ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଅଛି | ଓସ୍କାଡ଼ ବ୍ୟାଙ୍କ ପୂର୍ବତନ ରାଜ୍ୟସଭାପତି ତଥା ବିଜେଡି ରାଜ୍ୟପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ ଶିବିର ର ଅନୁଷ୍ଠାନିକ ଶୁଭାରମ୍ଭ କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ଡି. ରାକେଶ ପାତ୍ର, ସମିତିସଭ୍ୟ ନୀଳାଞ୍ଚଳ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ | ଶଙ୍କର ଚକ୍ଷୁ ନେତ୍ରାଳୟ ତରଫରୁ ଏନ.କ୍ରିଷ୍ଣା ରାଓ, ସୁକେଶ ପାଣିଗ୍ରାହୀ, ମୁକେଶ ପାଣିଗ୍ରାହୀ, ରୋଜା ପ୍ରଧାନ, ସୁନିତା ଗୌଡ଼ ପ୍ରମୁଖ ଡାକ୍ତର ଓ ମେଡିକାଲ କର୍ମକର୍ତା ଶିବିର ପରିଚାଳନା କରିଥିଲେ | ଦଶଜଣରୁ ଉର୍ଦ୍ଧ ବ୍ୟକ୍ତି ଙ୍କ ପରଳ ଚିହ୍ନଟ କରି ମାଗଣାରେ ଅସ୍ତ୍ରୋପଚାର ପାଈଁ ଶଙ୍କରନେତ୍ରାଳୟ କୁସ୍ଥାନାନ୍ତରିତକରିଛନ୍ତିଉସ୍ତାଜନାଥପୁର ଯୁବକସଂଘ ତରଫରୁ ଅରୁଣଗୌଡ଼,ସାହେବ ଜେନା,ସନ୍ତୋଷରାଉତ,ଗୌରୀଶଙ୍କର ତ୍ରିପାଠୀ,କିସିନା ସ୍ୱାଇଁ,ବାସୁଦେବ ପ୍ରଧାନ,ବୁଲୁ ସେଠି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ | ଉକ୍ତ ଶିବିର ରେ ଚକ୍ଷୁ ଚିକିତ୍ସା ସହ ମଧୁମେହ, ରକ୍ତଚାପ ପରୀକ୍ଷା କରାଯାଇ ମାଗଣା ଔଷଧ ସହିତ ଚଷମା ବଣ୍ଟନ କରାଯାଇଅଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ