ଗଙ୍ଗାପୁର ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ବିବାଦ ପ୍ରଶାସନର ହସ୍ତକ୍ଷେପ ପରେ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କଲେ ଗ୍ରାମବାସୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ ଆଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଆଦିବାସୀ ଅଧ୍ୟୁଷିତ ବହୁଳ ଗ୍ରାମ ପଞ୍ଚାୟତ ଗଙ୍ଗାପୁରରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନୂତନ କୋଠା ଏଏନଏମ ସେଣ୍ଟର୍ ନିର୍ମାଣକୁ ନେଇ ନରସିଂହଗଡ ଏବଂ ଗଙ୍ଗାପୁର ଗ୍ରାମବାସୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ସମାଧାନ ହୋଇଥିବା ଜଣାପଡ଼ିଛି। ଗତ ଶନିବାର ଏହି ପଞ୍ଚାୟତର ନରସିଂହଗଡର ମାତ୍ରାଧିକ ମହିଳା ଓ ପୁରୁଷ ନିର୍ମାଣ ସ୍ଥଳରେ ପହଞ୍ଚି ନିର୍ମାଣ କୁ ପ୍ରତିବାଦ କରିବା ସହ କାର୍ଯ୍ୟବନ୍ଦ କରିଥିଲେ । ଏହାକୁ ନେଇ ଶନିବାର ଠାରୁ ଉଭୟ ଗ୍ରାମବାସୀ ଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା। । ଗତକାଲି ସୋମବାରରେ ଗଙ୍ଗାପୁର ବାସିନ୍ଦାଙ୍କ ସହ ପଞ୍ଚାୟତର ଭାଲୁପଲି , ଦ୍ଵିତୀୟ ଢେପାଗୁଡ଼ା , ବାଘୁଆପଲି , ଜୟପୁର କଲୋନୀ ଏବଂ ଏହି କେନ୍ଦ୍ର ଉପରେ ନିର୍ଭରଶୀଳ ଆମ୍ବଗାଁ ପଞ୍ଚାୟତର ସୁମନ୍ତପୁର , ଚୁଡଙ୍ଗପୁର ପଞ୍ଚାୟତର ଇନ୍ଦିରାଆବାସ , ଜିଉରା ପଞ୍ଚାୟତର ସମନ୍ତରାପୁର ଏବଂ ଜିଉରା ଗ୍ରାମର ବହୁ ଅଧିବାସୀ ମିଳିତ ଭାବେ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ତହସିଲଦାର ଡା ଶ୍ରୀନିବାସ ବେହେରାଙ୍କୁ ଭେଟି ବିବାଦର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବା ସହ ଦୀର୍ଘ ଚାଳିଶ ବର୍ଷରୁ ଉର୍ଦ୍ଧ ସମୟ ଧରି ପୁରାତନ କୋଠାରେ ଚାଲିଥିବା ଏହି ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନୂତନ କୋଠା ନିର୍ମାଣ ପରେ ସ୍ଥାନାନ୍ତର କରାଯିବାକୁ ନେଇ ଦାବି କରିଥିଲେ । ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକଏବଂ ସାନଖେମୁଣ୍ଡି ତହସିଲଦାର ଡ଼ା ଶ୍ରୀନିବାସ ବେହେରା ଙ୍କ ଆଲୋଚନା କ୍ରମରେ ଗଙ୍ଗାପୁର ମୌଜାର ଖାତା ନଂ -୪୪୪/ପ୍ଲଟ ନଂ ୧୮୩୯ ରେ ନିର୍ମାଣ ଚାଲିଥିବା ସ୍ୱାସ୍ଥ୍ୟ ଉପକେନ୍ଦ୍ର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବା ନେଇ ସମ୍ମତି ପ୍ରଦାନ କରିଥିଲେ । ସାନଖେମୁଣ୍ଡି ପ୍ରଶାସନର ହସ୍ତକ୍ଷେପ ପରେ ଆଜି ଗଙ୍ଗାପୁର ଠାରେ ନିର୍ମାଣ ସ୍ଥାନରେ ନିକଟ ଗ୍ରାମର ହଜାରରୁ ଉର୍ଦ୍ଧ୍ବ ଅଧିବାସୀଙ୍କ ମିଳିତ ଉପସ୍ଥିତିରେ କାର୍ଯ୍ୟବନ୍ଦ ଥିବା କାର୍ଯ୍ୟକୁ ନିର୍ମାଣ ଆରମ୍ଭ କରିଛନ୍ତି । କାମଶେଷ ପର୍ଯ୍ୟନ୍ତ ଗଙ୍ଗାପୁର ଅଧିବାସୀ କାର୍ଯ୍ୟସ୍ଥଳରେ ଜଗି ରହିବାକୁ ନିଷ୍ପତି ନେଇଛନ୍ତି । ସମ୍ମିଳିତ ଜନସାଧାରଣଙ୍କ ସହ ଗ୍ରାମ କମିଟି ସଭାପତି ସୁବାସ ଚନ୍ଦ୍ର ପାଣିଗ୍ରାହୀ , ସମିତି ସଭ୍ୟ ବୁଲୁ ସେଠି , ନାଏବ ସରପଞ୍ଚ ଜୟନ୍ତୀ ନାଇକ, କୃଷ୍ଣଚନ୍ଦ୍ର ପଣ୍ଡା ,ଓକିଲ ପ୍ରଶାନ୍ତ ଡାକୁଆ , ବୁଲୁ ସାହୁ , ଫିଲୁ ସାହୁ , ୱାର୍ଡ ମେମ୍ବର ସନ୍ଧ୍ୟାରାଣୀ ପଣ୍ଡା , ସଞ୍ଜୟ ଗୌଡ଼ ପ୍ରମୁଖଙ୍କ ସହ ପ୍ରତ୍ୟହ ଶତାଧିକ ଲୋକଙ୍କ ଉପ ଉପସ୍ଥିତିରେ କାର୍ଯ୍ୟ ଚାଲୁ ରହିବା ନେଇ ମିଳିତ ନିଷ୍ପତି ପ୍ରକାରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଅଛି ।