‘ବନ୍ଦେ ଭାରତ ଏକ୍ସପ୍ରେସ’ର ଉଦଘାଟନ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୧୮ ତାରିଖରୁ ପୁରୀରୁ ଯାତ୍ରା ଶୁଭାରମ୍ଭ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସକୁ ଆଭାସି ଜରିଆରେ ପ୍ରଧାନମନ୍ତ୍ରୀ ଉଦଘାଟନ କରୁଛନ୍ତି । ବାଲେଶ୍ୱର ରେଳ ଷ୍ଟେସନରେ ଏହାର ସିଧା ପ୍ରସାରଣ ହେବାକୁ ଯାଉଥିବା ବେଳେ ସଦର ବିଜେପ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଏନେଇ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଉପ-ସଭାପତି ତଥା ସଦର ନିର୍ବାଚନମଣ୍ଡଳୀର ନେତା ମାନସ କୁମାର ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମଙ୍ଗଳବାର ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି । କାର୍ଯ୍ୟକ୍ରମକୁ ସୁରୁଖୁରୁରେ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସହର ଓ ଏହାର ଆଖପାଖ ଅଞ୍ଚଳରୁ ୫ ହଜାରରୁ ଉର୍ଦ୍ଧ୍ୱ ଲୋକ ଯୋଗଦାନ କରିବେ ବୋଲି ଶ୍ରୀ ଦତ୍ତ ଆଶା ପ୍ରକାଶ କରିଛନ୍ତି । ଓଡିଶାରେ ରେଳ ଭିତ୍ତିଭୂମି ବିକାଶକୁ ମୋଦି ସରକାର ପ୍ରାଥମିକତା ଦେଇ ଆସିଥିବା ବେଳେ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଓଡିଶା ଏବଂ ପଶ୍ଚିମବଙ୍ଗର ସମନ୍ୱିତ ସଂସ୍କୃତି ଏବଂ ଐତିହ୍ୟକୁ ଯୋଡିବ ବୋଲି ସେ କହିଛନ୍ତି । ଏହି ସ୍ୱଦେଶୀ ଟ୍ରେନର ଶୁଭ ଉଦଘାଟନ ଅବସରରେ ବାଲେଶ୍ୱରର ସମସ୍ତ ବୁଦ୍ଧିଜୀବୀ, ଜନସାଧାରଣ, ଶିକ୍ଷାନୁଷ୍ଠାନରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ଦତ୍ତ ଅନୁରୋଧ କରିଛନ୍ତି । ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ବେଳେ ବାଲେଶ୍ୱର ରେଳ ବିଭାଗର ଷ୍ଟେସନ ମ୍ୟାନେଜର ଏସ କେ ଜେନା, ଖଡଗପୁର ସିଆଇ ଗୌରାଙ୍ଗ ସ୍ୱ, ବାଲେଶ୍ୱର ସିଆଇ ଏସ୍ ସାହା, ଅରୁଣ ପଲେଇଙ୍କ ସହ ବିଜେପି ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ବରିଷ୍ଠ ନେତା ରବିନାରାୟଣ ମହାପାତ୍ର, ଉପେନ୍ଦ୍ର ଶତପଥୀ, ସୁଜିତ ଦେବ, ସୀତାକାନ୍ତ ସ୍ୱାଇଁ, ଗଙ୍ଗାଧର ରାଉତ, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ଅନନ୍ତ ନାୟକ, ପ୍ରବୀର ଶଙ୍କର ଦାଶ, କାଉନସିଲର ରୋଜାଲିନ ପାଣି, ନିତ୍ୟଗୋପାଲ ସିଂ, ସତ୍ୟଶିବ ସୁନ୍ଦର ଦାଶ, ପ୍ରତିମା ବେହେରା, ସସ୍ମିତା ନାଥ, ନିରୁପମା ଦାଶ, ଚନ୍ଦ୍ରଶେଖର ନନ୍ଦ, ରାଜେନ୍ଦ୍ର ଚାଟାର୍ଜୀ, ହରେନ୍ଦ୍ର ପ୍ରଧାନ, ବିକାଶ ପାଢୀ, ସୌଭାଗ୍ୟ ମାନସ ନାୟକ, ଉମେଶ ବେହେରା, ଜୀବନ ପାଣି, ଅରବିନ୍ଦ ଜେନା, ପିତାମ୍ବର ଭୂୟାଁ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ