ହେଲଦି ଲାଇପରେ ମାନସିକ ବିକାଶ ଯୋଗ ଶିବିର
ବାଲେଶ୍ୱର, (ସରୋଜ ପଣ୍ଡା):ସହରର ଚିଡ଼ିଆପୋଲ ସ୍ଥିତ ହେଲଦି ଲାଇଫ ଯୋଗ ମହାବିଦ୍ୟାଳୟ ‘ଇନଷ୍ଟିଚ୍ୟୁଟ ଅଫ ନେଚର କିୟର ଏଣ୍ଡ ଯୋଗିକ ସାଇନ୍ସ’ରେ ଶିଶୁ ଓ କିଶୋରଙ୍କ ମାନସିକ ବିକାଶ ଆଧାରିତ ଗ୍ରୀଷ୍ମକାଳୀନ ଯୋଗଶିକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହା ୧୧ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ମଙ୍ଗଳବାର ଆୟୋଜିତ ଉଦଯାପନୀ ଉତ୍ସବରେ ରେମୁଣା ମହାବିଦ୍ୟାଳୟ ଅଧ୍ୟାପିକା ପ୍ରିୟଙ୍କା ପାଣି ଯୋଗଦେଇ ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ, ପ୍ରାଣାୟମ ଓ ଧ୍ୟାନ ଶିକ୍ଷାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁ ଓ କିଶୋରଙ୍କ ମାନସିକ ବିକାଶରେ ହେଲଦି ଲାଇପ ଅନୁଷ୍ଠାନର ଏହି ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ସେ କହିଥିଲେ । ଅନୁଷ୍ଠାନର ନିର୍ଦ୍ଦେଶକ ଡାକ୍ତର ଚିତ୍ତରଂଜନ ସାହୁ ଏଥିରେ ଯୋଗଦେଇ ଯୋଗାସନ ସହିତ ଧ୍ୟାନ, ପ୍ରାଣାୟମ ଓ ଯୋଗ ଆଦି ଖେଳ ମାଧ୍ୟମରେ ପିଲାଙ୍କ ମାନସିକ ବିକାଶ କରାଯାଇଥାଏ ବୋଲି କହିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷା ଦେବୀ ଅର୍ଚ୍ଚନା ଦାସ ଏହି ଶିବିର ଆୟୋଜନ ଓ ପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ । ଗ୍ରୀଷ୍ମଛୁଟିରେ ପିଲାମାନଙ୍କୁ ପ୍ରାକୃତିକ ଜୀବନ ଶୈଳୀ ସମ୍ପର୍କରେ ଶିକ୍ଷାଦାନ କରାଯାଇଥାଏ ବୋଲି ସେ କହିଥିଲେ । ଏହି ଅବସରରେ ଶିବିରାର୍ଥୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।