ହାତୀଓଟ ହାଇ ସ୍କୁଲ ପରୀକ୍ଷା ଫଳ ଶତ ପ୍ରତିଶତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ନୋଡାଲ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବା ପ୍ରଧାନ ଶିକ୍ଷକ ଉମା ଶଙ୍କର ଦାଶ ପ୍ରକାଶ କରିଛନ୍ତି। ବିଦ୍ୟାଳୟରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପାଇଁ ୬୨ ଜଣ ଫର୍ମ ପୂରଣ କରି ସମସ୍ତେ ପରୀକ୍ଷା ଦେଇ ସମସ୍ତେ ପାସ କରିଛନ୍ତି। ଛାତ୍ର ଜଗମୋହନ ଜେନା ୪୮୧ ମାର୍କ ରଖି ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ଏ ୨ ଗ୍ରେଡରେ ପାସ ହୋଇଥିବା ବେଳେ ବି ୧ ଗ୍ରେଡରେ ୪ ଜଣ, ବି ୨ ଗ୍ରେଡରେ ୧୫ ଜଣ, ସି ଗ୍ରେଡରେ ୨୫ ଜଣ, ଡି ଗ୍ରେଡରେ ୧୩ ଜଣ ଓ ଇ ଗ୍ରେଡରେ ୪ ଜଣ ପାସ କରିଛନ୍ତି। ବିଦ୍ୟାଳୟରେ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବା ଯୋଗୁଁ ଅଞ୍ଚଳ ବାସୀ ଖୁସି ପ୍ରକଟ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ