ରାଷ୍ଟ୍ରପତିଙ୍କ ଭାଷଣ ସମୟରେ ବିଦ୍ୟୁତ୍ ବିଭ୍ରାଟ କୁ ନେଇ ବିଜେପିର ହଡତାଳ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଗତ ମାର୍ଚ୍ଚ ମାସ ୬ ତାରିଖ ଦିନ ବାରିପଦାର ମହାରାଜା ପୂର୍ଣ୍ଣଚନ୍ଦ୍ର ବିଶ୍ବ ବିଦ୍ୟାଳୟ ପରିସରରେ ସମାବର୍ତ୍ତନ ଉତ୍ସବରେ ଭାଷଣ ଦେଉଥିବା ସମୟରେ ୯ ମିନିଟ ବିଦ୍ୟୁତ କାଟ ହୋଇଥିଲା । ଅନ୍ଧାରରେ ମହାମହିମ ରାଷ୍ଟ୍ରପତି ଭାଷଣ ଦେଉଥିଲେ ।ଯାହାକି ରାଷ୍ଟ୍ରପତିଙ୍କ ପ୍ରତି ଅପମାନ । ଏଥିପାଇଁ ରାଜ୍ୟ ସରକାର ପ୍ରଶାସନିକ, ପୋଲିସ,ବି ଶ୍ବବିଦ୍ଯାଳୟ କତୃପକ୍ଷ,ଇଡକୋ,ଟିପିଏନଓଡିଏଲଙ୍କ ଉପରେ କେବଳ ତଦନ୍ତ ଜାରି ରଖିଛନ୍ତି । କିନ୍ତୁ କାହାରି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏହାକୁ ନେଇ ରାଇରଙ୍ଗପୁରରେ ବିଜେପି ତରଫରୁ ୬ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି ।ବସ,ପରିବହନ, ବ୍ୟାଙ୍କ ସଂପୁର୍ଣ୍ଣ ଠପ୍ । ସରକାରୀ କାର୍ଯ୍ୟାଳୟ, ଦୋକାନ, ବାଣିଜ୍ୟ ପ୍ରତିଷ୍ଠାନ ବନ୍ଦ ହୋଇଛି ।ଏହି କାର୍ଯ୍ୟକ୍ରମକୁ ପଶ୍ଚିମ ମୟୂରଭଞ୍ଜ ବିଜେପି ସଭାପତି ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଵର୍ଷିୟାନ ବିଜେପି ନେତା ମନୋରଂଜନ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର, ରାଜ୍ୟ ବିଜେପି ସଂପାଦକ ନବିନ ରାମ,ବିକାଶ ମହାନ୍ତି, ସାଂସଦ ପ୍ରତିନିଧି ବରୁଣ ଦେ,ସଂଜୟ ନାୟକ,ନାରୀ ନେତ୍ରୀ ମିଥିଳା ଟୁଡୁ,ମିନତୀ ଵଶା,ଆଲୋକ ରଂଜନ ମହାନ୍ତ,ସାଓନା ମାଝୀ, ସମେତ ବହୁ ଦଳୀୟ କର୍ମୀ ବନ୍ଦରେ ସାମିଲ ହୋଇ ଶୃଙ୍ଖଳା ସହ ବନ୍ଦ କରିଥିଲେ । ସେହିଭଳି ବାମନଘାଟୀ ଉପଖଣ୍ଡର ଗୋରୁମହିଷାଣୀ,ଝରାଡିହି,ବହଳଦା,ତିରିଂ ,ବଡ଼ ଗାରିମା,ଯାମଦା,ବାଦାମ, ପାହାଡ଼,ହାଟବାଦଡା,ବିଜାତଳା,ବିଶୋଇ ପ୍ରଭୃତି ସ୍ଥାନରେ ଦଳୀୟ କର୍ମୀବୃନ୍ଦ ଵନ୍ଦରେ ସାମିଲ ହୋଇଥିଲେ ।ଵନ୍ଦ ଯୋଗୁଁ ବାମନଘାଟୀ ଉପଖଣ୍ଡ ସଂପୂର୍ଣ୍ଣ ପ୍ରଭାବିତ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ