ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ “ବୁଥ୍ ସଶକ୍ତିକରଣ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, (ଅନିଲ କୁମାର):ଆଜି ଭାରତୀୟ ଜନତା ପାର୍ଟି ଗୋସାଇଁନୂଆଗାଁ ମଣ୍ଡଳ ପକ୍ଷରୁ “ବୁଥ୍ ସଶକ୍ତିକରଣ” କାର୍ଯ୍ୟକ୍ରମ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ଚୌଧୁରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାନସଭା ନେତା ତଥା ପୂର୍ବତନ ଗଞ୍ଜାମ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି ଯୋଗ ଦେଇ ଗୋସାଇଁନୂଆଗାଁ ମଣ୍ଡଳ ଅନ୍ତର୍ଗତ ଅଠେଇଶି ଗୋଟି ବୁଥ୍ କିଭଳି ସୁଦୃଢ଼ ହେଇପାରିବ ତାହା ଉପରେ ବିସ୍ତୃତ ଆଲୋଚନା କରିଥିଲେ । କେନ୍ଦ୍ରରେ ଶାସନାଧୀନ ମୋଦି ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ଗୁଡ଼ିକର ସଫଳତା ଏବଂ ରାଜ୍ୟରେ ଚାଲିଥିବା ବିଜେଡ଼ି ସରକାରର ବିଫଳତା ବିଷୟରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ବୁଥ୍ ସ୍ତରରେ ପ୍ରତ୍ୟକ ଘର ଘରକୁ ଯାଇ ଜନ ସମ୍ପର୍କ କରିବାକୁ ଶ୍ରୀ ପତି ଆହ୍ବାନ କରିଥିଲେ । ଆଜିର ଏହି “ବୁଥ୍ ସଶକ୍ତିକରଣ” କାର୍ଯ୍ୟକ୍ରମରେ ବିଜେପି ଗଞ୍ଜାମ ଜିଲ୍ଲା ଉପସଭାପତି ସୁନିଲ କୁମାର ସାହୁ,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ସୁଶିଳା ମଲ୍ଲିକ,ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ତୁତୁନ୍ ପାତ୍ର,ଜିଲ୍ଲା ମହିଳା ମୋର୍ଚ୍ଚା ସ୍ୱଚ୍ଛ ଭାରତ ଅଭିଯାନ ସଂଯୋଜିକା ସବିତା ନାୟକ,ମଣ୍ଡଳ ଉପସଭାପତି ରବି ନାରାୟଣ ସାବତ,ନରସିଂହ ଶତପଥି,ସଞ୍ଜୟ ପାଣିଗ୍ରାହୀ,ମଣ୍ଡଳ ସାଧାରଣ ସମ୍ପାଦକ ମନୋଜ ପାଢ଼ୀ,ଶ୍ରୀରାମ ଦୀନଦୟାଲ,ମଣ୍ଡଳ ସମ୍ପାଦକ ଉପେନ୍ଦ୍ର ସେଠୀ,ଦିଲୀପ କୁମାର ସାହୁ,ଏସ୍.ଶ୍ରୀନିବାସ,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଡ଼ି.ଅନିଲ ରାଓ,ଓବିସି ମୋର୍ଚ୍ଚା ସଭାପତି ସୁଦର୍ଶନ ମହାରଣା,ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ରାମଚନ୍ଦ୍ର ଦାଶ,ଶକ୍ତିକେନ୍ଦ୍ର ପ୍ରମୁଖ ଭବାନୀ ଶଙ୍କର ସାହୁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ