ରାଜୀବଗାନ୍ଧୀ ପ୍ରତିଭା ପୁରସ୍କାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସରେ ପ୍ରତିବର୍ଷ ଭୁବନେଶ୍ୱରରେ ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟ ଫୋରମ ତରଫରୁ ବିଭିନ୍ନ କାର୍ଯ୍ୟରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ୨୧ା୫ା୨୦୨୩ରିଖ ଦିନ ରାଜ୍ୟ ମୁଖ୍ୟ କମିଶନର ତଥା ଜାତୀୟ ଉପସଭାପତି ଡଃ କାଳିପ୍ରସାଦ ମିଶ୍ରଙ୍କ ସୁପାରିଶ କ୍ରମେ ସେଣ୍ଟ ଜୋସେଫ୍ ସ୍କୁଲର କବ୍ ଆଦର୍ଶ ପଟ୍ଟନାୟକ, ସୁଶ୍ରୀ ନୈପୁଣ୍ୟା ଅନୁରାଗିଣୀ, ବିନାୟକ ପବ୍ଲିକ୍ ସ୍କୁଲ, ତନ୍ମୟ ସ୍ୱାଇଁ, ଡିଏଭି ପବ୍ଲିକ୍ ସ୍କୁଲ, ଚନ୍ଦ୍ରଶେଖରପୁର, ଆଦ୍ୟାଶା ଆଚାର୍ଯ୍ୟ, ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ବରଗଡ ବ୍ରିଟ୍ କଲୋନୀ, ଆଦ୍ୟା ଅନୁଭା, ସେଣ୍ଟ ଜୋସେଫ ହାଇସ୍କୁଲ, ପଲ୍ଲବୀ ବେଉରା, ୟୁଏନ୍ ଅଟୋନୋମସ୍ କଲେଜ, ବିଶ୍ୱମୋହନ ଉପାଧ୍ୟାୟ, ବାଙ୍କି ଅଟୋନୋମସ୍ କଲେଜ, ସୁକାନ୍ତ ବେହେରା, ଆର୍‌ଏମ୍‌ଡି କଲେଜ, ପଟିଆ ପ୍ରମୁଖ ମୁଖ୍ୟ ଅତିଥି ମାନ୍ୟବର ସଭାପତି, ଓଡିଶା ପ୍ରଦେଶ କଂଗ୍ରେସ କମିଟି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ସମ୍ମାନୀତ ଅତିଥି ଭାବେ ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ, ଶ୍ରୀଯୁକ୍ତ ପ୍ରସାଦ ହରିଚନ୍ଦନ, ଦୈନିକ ଖବର କାଗଜ ପର୍ଯ୍ୟବେକ୍ଷକର ସମ୍ପାଦକ ଡଃ. ପବିତ୍ର ମୋହନ ସାମନ୍ତରାୟ, ସଭାପତି ଓଡିଶା ରାଜୀବ ଗାନ୍ଧୀ ଷ୍ଟୁଡେଣ୍ଟସ୍ ଫୋରମ୍ ଶ୍ରୀଯୁକ୍ତ ସତ୍ୟବ୍ରତ ନାୟକଙ୍କ ଠାରୁ ଫଳକ ଓ ମାନପତ୍ର ଦ୍ୱାରା ପୁରସ୍କୃତ ହୋଇଥିଲେ । ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍‌ର ସଭାପତି ତଥା ମାନ୍ୟବର ମନ୍ତ୍ରୀ ଖାଦ୍ୟ ଯୋଗାଣ ଓ ସମବାୟ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ କବ୍‌,ବୁଲ୍‌ବୁଲ୍‌, ସ୍କାଉଟ, ଗାଇଡ୍‌, ରୋଭର ଓ ରେଞ୍ଜର ମାନଙ୍କର ଏହି ସଫଳତାରେ ସେମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଭବିଷ୍ୟତରେ ଜଣେ ଜଣେ ସୁନାଗରିକ ହୋଇ ପାରିବେ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ