କେଳୁଣି ମୁହାଁଣ ବେଳାଭୂମି ରେ କୁଢ଼ କୁଢ଼ ମୃତ ଜେଲିଫିସ୍

ନିମାପଡ଼ା, (ସନ୍ତୋଷ ଦାଶ):ବିଶ୍ବ ତପାୟନର ପ୍ରଭାବ, ସାମୁଦ୍ରିକ ଜଳ ତାପମାତ୍ରାରଅହେତୁକବୃଦ୍ଧି ,ସାମୁଦ୍ରିକ ସନ୍ତୁଳନ କୁ ବିଗାଡି ଦେବାରେ ଲାଗିଛି । ଯାହାର ପ୍ରଭାବରେ ପ୍ରତିବର୍ଷ ପରି ଅଧିକ ଗ୍ରୀଷ୍ମପ୍ରବାହ ଯୋଗୁଁ ପୁରୀ ଜିଲ୍ଲା ର ବିଭିନ୍ନ ବେଳାଭୂମିରେ ଶହ ଶହ ମୃତ ଜେଲିଫିସ୍ ଦେଖିବାକୁ ମିଳୁଛି । ଅସ୍ତରଙ୍ଗ ଅଞ୍ଚଳର କେଳୁଣି ଓ ଦେବୀ ନଦୀ ମୁହାଁଣ ଅଞ୍ଚଳର ବେଳାଭୂମିରେ କୁଢ଼ କୁଢ଼ ଜେଲିଫିସ ଭାସି ଲାଗୁଥିବା ଦେଖା ଦେଇଛି । ବିଶେଷ ଭାବରେ ଏହି ଜେଲିଫିସ ବିରଳ ସାମୁଦ୍ରିକ ଜୀବ ଅଲିଭ ରିଡ଼ଲେ କଇଁଛଙ୍କ ଅନ୍ୟତମ ପ୍ରମୁଖ ଖାଦ୍ୟ ଅଟେ । ଅସ୍ତରଙ୍ଗ ଅଞ୍ଚଳର ଦେବୀନଦୀ ମୁହାଁଣ ଏହି ବିରଳ ପ୍ରଜାତିର ସାମୁଦ୍ରିକ କଇଁଛଙ୍କ ଅନ୍ୟତମ ପ୍ରମୁଖ ଗଣ ଅଣ୍ଡାଦାନ ସ୍ଥଳ ଭାବେ ପ୍ରସିଦ୍ଧ ଅଟେ । ବିରଳ ଅଲିଭ ରିଡ଼ଲେ କଇଁଛଙ୍କ ଆଗମନ ଠାରୁ ଶାବକଙ୍କ ପ୍ରତ୍ୟାବର୍ତ୍ତନ ସମୟ ପ୍ରକ୍ରିୟା ନଭେମ୍ବର ମାସ ଠାରୁ ମଇ ମାସ ପର୍ଯ୍ୟନ୍ତ ଚାଲିଥାଏ । ତେଣୁ ଏହି ପ୍ରକୃଷ୍ଟ ସାମୁଦ୍ରିକ ଖାଦ୍ୟ ଉପଲବ୍ଧ ଯୋଗୁଁ ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ସମୟରେ ଓଡ଼ିଶା ଉପକୂଳରେ ଜେଲିଫିସ ଅଧିକ ମାତ୍ରାରେ ଦେଖା ଦେଇଥାନ୍ତି ବୋଲି ସାମୁଦ୍ରିକ ବିଶେଷଜ୍ଞ ମାନେ କୁହନ୍ତି। ଜେଲିଫିସ ସାଙ୍ଗକୁ ଅନ୍ୟାନ୍ୟ ସାମୁଦ୍ରିକ ଜୀବ ମୃତ ଅବସ୍ଥାରେ ବିଭିନ୍ନ ସମୟରେ ବେଳାଭୂମିରେ ଲାଗିବା ପରିବେଶବିତଙ୍କୁ ବ୍ୟଥିତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ