ଖବରପ୍ରସାରଣ ପରେ, ରାଜଖମାରେ ପହଞ୍ଚିଲା ପ୍ରଶାସନ

ମୋହନା, (ଅଂଶୁମାନ ପଣ୍ଡା):ଖବର ପ୍ରଶାରଣ ପରେ ଗଜପତି ମୋହନା ବ୍ଲକ ଗରଡମା ପଞ୍ଚାୟତର ରାଜଖମା ଗାଁ ଗଦାପୁର ନଦୀରେ ପହଞ୍ଚିଲା ଗଜପତି ପ୍ରଶାସନ ।ନଦୀରେ ନାହିଁ ପୋଲ ।ଗମନାଗମନରେ ବାଧାପ୍ରାପ୍ତ ।ବର୍ଷା ସମୟରେ ଜୀବନକୁ ବାଜି ଲଗାଇ ବିଦ୍ୟୁତ୍ ତାର ସାହାଯ୍ୟରେ ଭରାନଈ ପାର ହୁଅନ୍ତି ଅଞ୍ଚଳବାସୀ । ନଦୀରେ ପାଣି କମ୍ ଥିବା ସମୟରେ କାଠପୋଲ ନିର୍ମାଣ କରି ତାଉପରେ ଯାତାୟତ କରନ୍ତି ଗ୍ରାମବାସୀ ।ହେଲେ ବର୍ଷା ସମୟରେ ବାରମ୍ବାର ଭାସିଯାଏ କାଠପୋଲ ।ତେବେ ଅଞ୍ଚଳବାସୀ ସେହି ନଦୀ ଉପରେ ପୋଲ ନିର୍ମାଣ କରିବା ପାଇଁ ଦାବି କରିଆସୁଥିଲେ ।ହେଲେ ବୁଝୁନଥିଲା ପ୍ରଶାସନ ।ତେବେ ଗତ ୧୮/୫/୨୩ ତାରିଖ ରାତିରେ କାଳବୈଶାଖୀ ବର୍ଷା ପ୍ରଭାବରେ ସେହି କାଠପୋଲ ଭାସିଯାଇଥିଲା । ୧୯/୫/୨୩ ତାରିଖ ଶୁକ୍ରବାର ଦିନ ରାଜଖମା ଅଞ୍ଚଳବାସୀ ପୁଣି ସେହି କାଠପୋଲକୁ ସଜାଡିଥିଲେ । ୧୯/୫/୨୩ ଶୁକ୍ରବାର ଦିନ ପ୍ରଥମେ ଏହି ଖବରକୁ ପ୍ରଶାରଣ ହେଇଥିଲା ଅନୁପମ ଭାରତ ରେ ।ଖବର ପ୍ରଶାରଣ ପରେ ସୋମବାର ୨୨/୫/୨୩ ତାରିଖ ଦିନ ମୋହନା ଗ୍ରାମ୍ୟଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶିବରାମ ସାହୁ ରାଜଖମା ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିବା ସହ ଏଠାରେ ଯଥାଶୀଘ୍ର ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଗ୍ରାମବାସୀ ଙ୍କୁ ସୂଚନା ଦେବା ପରେ ରାଜଖମା ଅଞ୍ଚଳବାସୀଙ୍କ ମଧ୍ୟରେ ଗୋଟିଏ ପ୍ରକାର ଖୁସିଲହରୀ ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ