ରାଇରଙ୍ଗପୁରରେ ବିଜେପିର ୭ମ କାର୍ଯ୍ୟକାରୀଣି ବୈଠକ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏଥିପାଇଁ ବିଜେପି ତାର ସାଂଗଠନିକ ଶକ୍ତି ବୃଦ୍ଧି ପାଇଁ ଅଣ୍ଟା ଭିଡିଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୂର୍ଣଚନ୍ଦ୍ର କଲ୍ୟାଣ ମଣ୍ଡପ ପରିସରରେ ବିଜେପି ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାର ୭ମ କାର୍ଯ୍ୟ କାରିଣୀ ବୈଠକ ଜିଲ୍ଲା ସଭାପତି / ତଥା ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଜଳଶକ୍ତ ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ,ରାଜ୍ୟ ପ୍ରଭାରୀ କେନ୍ଦୁଝର ବିଧାୟକ ମୋହନ ମାଝୀ, ରାଜ୍ୟ ସଂପାଦକ ନବୀନ ରାମ ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ,, ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ, କୃପାସିନ୍ଧୁ ମହାନ୍ତି,ଵର୍ଷିଆନ ବିଜେପି ନେତା ମନୋରଞ୍ଜନ ମହାନ୍ତି,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ସରୋଜ ମହାନ୍ତ ଙ୍କ ସମେତ ସାଂଗଠନିକ ଜିଲ୍ଲା ତଥା ସାରସକଣା, ରାଇରଙ୍ଗପୁର, ଯଶିପୁର ଏବଂ କରଂଜିଆ ନିର୍ବାଚନ ମଣ୍ଡଳୀର ଵହୁ ନେତୃବୃନ୍ଦ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।ବୈଠକରେ ବୁଥ ସ୍ତରରେ ସଂଗଠନକୁ ସୁଦୃଢ କରିବା, ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଓ ୧୭ ଦଫା କାର୍ଯ୍ୟକ୍ରମକୁ ସାଧାରଣ ଜନତାଙ୍କ ଘର ପାଖକୁ ଯାଇ ଅବଗତ କରାଇବା, କେନ୍ଦ୍ର ସରକାରଙ୍କ ସମସ୍ତ ଜନକଲ୍ଯାଣ ଯୋଜନାକୁ ଲୋକଙ୍କୁ ବୁଝାଇବା ସହ ଲୋକଙ୍କ ଦୁଃଖସୁଖ ରେ ସାମିଲ ହେବା ପାଇଁ ନିଷ୍ପତ୍ତି ନିଆ ଯାଇଥିଲା ।ଦଳର ଭିତ୍ତିଭୂମି ସଂଗଠନରୁ ସୁଦୃଢତାରୁ ଜଣାପଡେ । ତେଣୁ ଦଳର ସମସ୍ତ ସୈନିକ ବୃନ୍ଦ ସଂଗଠନକୁ ତୃଣମୂଳ ସ୍ତରରୁ ସୁଦୃଢ କଲେ ଓ ଐକ୍ଯବଦ୍ଧ ହୋଇ କାମ କଲେ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ସୁଫଳ ପାଇଁ ପାରିବା ବୋଲି ସମସ୍ତେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ