ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୩୭୯ କୋଟି ୧୮ ଲକ୍ଷ ଟଙ୍କାର ଯୋଜନା ଅନୁମୋଦନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟରେ ୨ଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ୩୭୯କୋଟି ୧୮ ଲକ୍ଷ ଟଙ୍କାରେ କାର୍ଯ୍ୟ କାରୀ କରାଯିବା ପାଇଁ ଅନୁମୋଦନ କରିଛନ୍ତି। ଗଜପତି ଜିଲ୍ଲାରେ ୨ ଟି ବ୍ଳକ ଅଧୀନରେ ଥିବା ୩୭ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୪୬ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୧, ୩୧, ୭୩୩ ଜନସାଧାରଣଙ୍କୁ ନିରାପଦ ପାନୀୟ ଜଳ ଯୋଗାଇ ଦିଆଯିବ। ତନ୍ମଧ୍ୟରୁ ଗୁମ୍ମା ବ୍ଳକ ଅଧୀନରେ ଥିବା ୧୬ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୫୬ ଟି ଗ୍ରାମର ପ୍ରାୟ ୫୮,୯୭୭ ଜଣ ଓ ରାୟଗଡ ବ୍ଳକ ଅଧୀନରେ ଥିବା ୨୧ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୯୦ଟି ଗ୍ରାମର ପ୍ରାୟ ୭୨,୭୫୬ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ।ଏନେଇ ପାରଳାଖେମୁଣ୍ଡି ଠାରେ ବିଜୁ ଜନତା ଦଳ ପକ୍ଷରୁ ଏକ ସ୍ୱତନ୍ତ୍ର ବୈଠକରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅନୁଷ୍ଠିତ ହୋଇଥିଲା। ଏଥିରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ ବରିଷ୍ଠ ବିଜେଡି ନେତା ତିରୁପତି ପାଣିଗ୍ରାହୀ, ଜିଲ୍ଲା ଉପ ସଭାପତି ଲକ୍ଷ୍ମୀ କାନ୍ତ ପରିଚ୍ଛା, ମହିଳା ସଭନେତ୍ରୀ ପୂର୍ଣ୍ଣ ବାସୀ ନାୟକ, ବରିଷ୍ଠ ବିଜେଡି ନେତା ଅନ୍ତର୍ଯ୍ୟାମୀ ଗୋମାଙ୍ଗ,ଗୁମ୍ମା ବ୍ଳକ ଅଧ୍ୟକ୍ଷା ସୁନେମି ମଣ୍ଡଳ,କାଶୀନଗର ବ୍ଳକ ଅଧ୍ୟକ୍ଷା ସାୟାମ୍ମା, ଯୁବ ସଭାପତି ଏସ ଲିଙ୍ଗରାଜ, ଜିଲ୍ଲା ବିଜେଡି ସମ୍ପାଦକ ପ୍ରଦୀପ ନାୟକ, ବସନ୍ତ ଦାସ ,ଜିଲ୍ଲା ପରିଷଦ ସଭ୍ୟ ଏସ ବାଲ ରାଜୁ,ସୁଧୀ ରଞ୍ଜନ ମହାପାତ୍ର, ଗୋଶାଣୀ ବ୍ଳକ ଅଧ୍ୟକ୍ଷ ଏନ ବୀର ରାଜୁ ପ୍ରମୁଖ ଙ୍କ ସମେତ ବହୁ ବିଜେଡ଼ି ନେତା ଓ କର୍ମୀ ଉପସ୍ଥିତ ଥିଲେ।


