କୋଦଳା ଏନ୍ଏସି ପକ୍ଷରୁ କାର୍ଯ୍ଯାଳୟ ପରିସରରେ ମାଟ୍ରିକ୍ କୃତି ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା

କୋଦଳା, (ଗୁଲସନ କୁମାର କର):ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ପକ୍ଷରୁ ଆଜି ବେଗୁନିଆପଡ଼ା ବ୍ଳକରେ ମାଟ୍ରିକ ପରୀକ୍ଷାରେ କୃତିତ୍ବ ଅର୍ଜନ କରିଥିବା ତଥା ବ୍ଲକ ପାଇଁ ଗୌରବ ଆଣିଥିବା ୪ ଛାତ୍ରଛାତ୍ରୀ ମାନଙ୍କୁ ଏନଏସି କାର୍ଯ୍ୟାଳୟରେ ସମ୍ବର୍ଦ୍ଧନା ଦିଆଯାଇଛି। ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଉକ୍ତ ୪ ଛାତ୍ରଛାତ୍ରୀଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରିଛନ୍ତି। ସୂଚନା ଅନୁସାରେ ଚଳିତ ବର୍ଷ ବେଗୁନିଆପଡ଼ା ବ୍ଳକର ତାଳସର ଉଚ୍ଚ ବିଦ୍ୟାଳୟର ସନ୍ତୋଷ କୁମାର ଯେନା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଲଙ୍ଗଳେଶ୍ବର ଉଚ୍ଚ ବିଦ୍ୟାଳୟ, ଦିଗାପଡାର ସିମରନ୍ ପ୍ରଧାନ ଦିତୀୟ, ଜନତା ଉଚ୍ଚ ବିଦ୍ୟାଳୟ, ବେଗୁନିଆପଡ଼ାର ବଳରାମ ରାଉଳ ତୃତୀୟ ଓ କୋଦଳା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଲିଜା ଜେନା ତୃତୀୟ ସ୍ଥାନ ଅଧିକାର କରି ବ୍ଲକ ପାଇଁ ଗୌରବ ଆଣିଛନ୍ତି। ଆଜି ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସେମାନଙ୍କ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ଏନଏସି ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମସ୍ତ ଛାତ୍ରଛାତ୍ରକଂ ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ଅଧ୍ଯକ୍ଷକଂ ସହ କାଉନସିଲର। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ସହ କାଉନସିଲର ମଧୁସୂଦନ ଜେନା ଓ ରୀତାଞ୍ଜଳୀ ମିଶ୍ର ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ