ଅପହରଣ ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା କୋଦଳା ପୋଲିସ

କୋଦଳା, (ଗୁଲସନ କୁମାର କର):ଜଣେ ବ୍ୟକ୍ତିଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଅପହରଣ ଅଭିଯୋଗରେ ଗଞ୍ଜାମ ଜିଲ୍ଲା କୋଦଳା ପୋଲିସ ୬ ଅଭିଯୁକ୍ତଙ୍କୁ ଜଗନ୍ନାଥପୁର ଛକରୁ ଗିରଫ କରି ଆଜି ଅପରାହ୍ନରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ଗତକାଲି ଏ ସମସ୍ତ ଅଭିଯୁକ୍ତ କଞ୍ଚଣା ଛକରେ ପ୍ଲଟିଂ ହେଉଥିବା ସ୍ଥାନରୁ ପ୍ଲଟ୍ ବିବାଦକୁ କେନ୍ଦ୍ର କରି ମାଣ୍ଡିଆପଲୀର ଶୁଭମ ନାୟକ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କୁ କାର୍ ଯୋଗେ ଅପହରଣ କରି ନେଇ ଯାଇଥିଲେ। ଏ ନେଇ କୋଦଳା ଥାନାରେ ଅଭିଯୋଗ ପରେ କୋଦଳା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସିସିଟିଭି କ୍ୟାମେରା କୁ ଅନୁସରଣ କରି ଏ ସମସ୍ତ ଅଭିଯୁକ୍ତଙ୍କୁ ପିଛା କରି ଆଜି ଜଗନ୍ନାଥପୁର ଛକରୁ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରି କୋଦଳା କୋର୍ଟ ଚାଲାଣ କରିଛି ପୋଲିସ। ଏମାନଙ୍କ ଠାରୁ ଏକ କାର୍, ଗୋଟିଏ ଛୁରୀ ଓ ବିଅର୍ ବୋତଲ ଜବତ ହୋଇଥିବା ସୂଚନା ଦେଇଛନ୍ତି କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ