ଗୁଜୁରାଟ ବିଧାନସଭାରେ ଆଗତ ହେଲା ଗୁଜରାଟ ଦଙ୍ଗା ରିପୋର୍ଟ

ଗୁଜୁରାଟ- ଗୋଟିଏ ପଟେ ନାଗରିକ ସଂଶୋଧନ ବିଲ୍ ରାଜ୍ୟସଭାରେ ଆଗତ ହେଉଥିବାବେଳେ ଅନ୍ୟପଟେ ବୁଧବାର ରାଜ୍ୟ ଗୃହମନ୍ତ୍ରୀ ପ୍ରଦୀପସିଂହ ଜାଡ଼େଜା ଗୁଜରାଟ ବିଧାନସଭାରେ ଜଷ୍ଟିସ୍ ନାନାବତି-ମେହେଟା କମିସନ୍ ଙ୍କ୨୦୦୨ ଗୁଜରାଟ ଦଙ୍ଗା ସଂକ୍ରାନ୍ତ ଚୂଡ଼ାନ୍ତ ରିପୋର୍ଟ ଆଗତ କରିଥିଲେ। ଏହି ଦଙ୍ଗା ମାମଲାରେ ନାନାବତି-ମେହେଟା କମିସନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଲିନ୍ ଚିଟ୍ ଦେଇଛନ୍ତି। ଦଙ୍ଗା ସଂକ୍ରାନ୍ତରେ ତଦନ୍ତ କରିବାକୁ ୨୦୦୨ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କମିସନ୍ ଙ୍କୁ ନିଯୁକ୍ତ କରିଥିଲେ। ୨୦୦୮ ମସିହାରେ ନାନାବତି-ମେହେଟା କମିସନ୍ ଏହି ରିପୋର୍ଟର ପ୍ରଥମ ଭାଗ ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ