ବେଲଗୁଣ୍ଠା ପୋଲିସ୍ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଜବତ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତକାଲି ସନ୍ଧ୍ୟାରେ ବେଲଗୁଣ୍ଠା ପୋଲିସ୍ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଗଞ୍ଜେଇ ଚାଲାଣ କରୁଥିବା ଗୋଟିଏ କାର୍ ମଧ୍ୟ ଜବତ କରିଥିବା ସୂଚନା ମିଳିଛି I ସୂଚନା ପ୍ରକାରେ ଓଆର୍ ୦୫ଏଏଲ୍ ୦୮୭୬ ନମ୍ବର୍ ବିଶିଷ୍ଟ ଏକ ମାରୂତୀ ଜେନ୍ ଏଷ୍ଟିଲୋ କାର୍ ରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଖବର ମିଳିବା ପରେ ପୋଲିସ୍ କାର୍ ଟିକୁ ଜବତ କରି ସେଥିରୁ ସାତ ବସ୍ତା ଗଞ୍ଜେଇ ଜବତ କରିଥିଲା I ଏହି ଗଞ୍ଜେଇର ଓଜନ ୧୦୮ କିଲୋଗ୍ରାମ୍ ହୋଇଥିବା ବେଳେ ଏହା ରାଇକିଆରୁ କଟକକୁ ଚାଲାଣ ହେଉଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I ତେବେ ଗଞ୍ଜେଇ ଚାଲାଣ କରୁ୍ଥିବା ଅଭିଯୁକ୍ତ ଫେରାର୍ ହେବାରେ ସକ୍ଷମ ହୋଇଥିବା ବେଳେ ଖୁବ୍ ଶୀଘ୍ର ଆସାମୀଙ୍କୁ ଗିରଫ କରାଯିବ ବୋଲି ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ଏନେଇ ବେଲଗୁଣ୍ଠା ଥାନାରେ ୨୩୫/୨୩ ରେ ଏକ ମାମଲା ରୁଜୁ କରାଯାଇଛି I