ଗୋବରା ପୋଷ୍ଟ ଅଫିସ ରେ କାମ ଦେଉନି ଅଫିସ ଦ୍ୱାରା ଦିଆଯାଇଥିବା କାର୍ଡ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଏହି ବ୍ଲକ ଅନ୍ତର୍ଗତ ଗୋବରା ରେ ବହୁ ବର୍ଷ ହେବ ପୋଷ୍ଟ ଅଫିସ ପ୍ରତିଷ୍ଠା ହୋଇ ୨୦ ରୁ ଅଧିକା ଗ୍ରାମ ର ଗ୍ରାହକ ସେବା ପାଉଛନ୍ତି l ଡ଼େଙ୍ଗାପଦର, ବଡ଼ବୋର୍ସିଙ୍ଗ, କାଳିଆଗୁଡା, ବେଣୀପଲ୍ଲୀ, ମାଧବରିଡା, ନେଟଙ୍ଗା ଭଳି ସବପୋଷ୍ଟ ଅଫିସ ଗୋବରା ଅଧୀନରେ କାମ କରନ୍ତି l କେନ୍ଦ୍ରସରକାର ଙ୍କ ନିର୍ଦ୍ଧେଶ ପ୍ରକାରେ ସବୁ ଅଫିସ ଭଳି ଗୋବରା ଶାଖା ଧନଜନ ଖାତା ଜରିଆରେ ବିନlମୂଲ୍ୟ ରେ ଟିପ ଦେଇ ଗ୍ରାହକ ମାନେ ଗୋଟିଏ ଗୋଟିଏ କାର୍ଡ ପାଇଥିଲେ l ଶାଖା କର୍ମଚାରୀ ଅଭାବରୁ ସେଇ କାର୍ଡ ଅଚଳ ହୋଇ କୌଣସି କାମ ରେ ଆସୁନଥିଲା l ବର୍ତମାନ ସରକାର ଙ୍କ ଆଧାର କାର୍ଡ ଲିଙ୍କ ଜରିଆରେ ମହାତ୍ମା ଗାନ୍ଧୀ ନିଁଚିତ କର୍ମ ନିଯୁକ୍ତି ଯୋଜନା, ବିକଳାଙ୍ଗ ଭତା ସହ ବାଧ୍ୟକ୍ୟ ,ଓ ବିଧବା ଭତା ଟଙ୍କା ଅଧିକାଂଶ ଏହି ଅଚଳ ଖାତା କୁ ଆସୁଛି l ହିତାଧିକାରୀ ମାନେ ଏନେଇ ପଞ୍ଚାୟତ, ବ୍ଲକ ଓ ଗୋବରା ପୋଷ୍ଟ ଅଫିସ ବାରମ୍ବାର ଦୌଡ଼ି ନିରାଶ ହେଉଛନ୍ତି l ପୋଷ୍ଟ ମାଷ୍ଟର କର୍ମଚାରୀ ଅଭାବ ର ଆଳ ଦେଖାଇ ଅନ୍ୟ ପୋଷ୍ଟ ଅଫିସ କୁ ଯିବାକୁ କହୁଛନ୍ତି l ଏନେଇ ସ୍ଥାନୀୟ ଲୋକ ପ୍ରତିନିଧି କୁ ପଚାରିବାରୁ ସେମାନେ ବ୍ଲକ ବୈଠକ ରେ ବିଡ଼ିଓ ଙ୍କୁ ଜଣାଇବା ସହ ପତ୍ର ମାଧ୍ୟ୍ୟମରେ ଜଣାଇଥିବା ପ୍ରକାଶ କରିଥିଲେ l ଭତ୍ତା ଟଙ୍କା ନପାଇ ୩ ରୁ ୪ ମାସ ହେବ ହିତାଧିକାରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ବାଧ୍ୟକ୍ଷ, ବିଧବା ଓ ବହୁ ବିକଳାଙ୍ଗ ମାନେ ମାସୀଆରୀ ଭତ୍ତା ପାଇଁ ଏଣେ ତେଣେ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ତୁରନ୍ତ ଏହାର ସମାଧାନ କରି ହିତାଧିକାରୀ ମାନଙ୍କୁ ମାସିୟାରୀ ଟଙ୍କା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ