ଗଜପତିରେ କାଳବୈଶାଖୀ ତାଣ୍ଡବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବରେ ୩ ଜଣ ମହିଳା ଆହତ ହୋଇଥିବାବେଳେ ଏକ କଞ୍ଚା ନଡ଼ିଆ ଗଛ ହୁହୁ ହୋଇ ଜଳି ଯାଇଛି. ସୂଚନାଯୋଗ୍ୟଯେ, ଗତକାଲି ଅପରାହ୍ନ ୩ ଟା ୩୦ ସମୟରେ ଗୁମ୍ମା ବ୍ଲକ ସଦର ମହକୁମାରେ କାଳ ବୈଶାଖୀଜନିତ ବର୍ଷା, ପବନ ଓ ବଜ୍ରାଘାତ ହୋଇଥିଲା. ଏଥିରେ ଗୁମ୍ମା ପାଇକ ସାହି ନୃସିଂହ ମନ୍ଦିର ନିକଟରେ ଥିବା ନଡ଼ିଆ ଗଛରେ ବ୍ରଜପାତ ଦ୍ୱାରା ହୁତୁ ହୁତୁ ହୋଇ ଜଳି ଯାଇଥିଲା. ଖବରପାଇ ସ୍ଥାନୀୟ ଅଗ୍ନିଶମ ବିଭାଗ ପହଁଚି ନଡ଼ିଆ ଗଛରେ ଲାଗିଥିବା ନିଆକୁ ଆୟତ୍ତ କରିଥିଲେ। ଏହି ବଜ୍ରାଘାତ ଦ୍ୱାରା ଗୁମ୍ମା ବ୍ଲକର ଗାଡେବାଗଜଙ୍ଗ ଗ୍ରାମର ରୁବିତା କାର୍ଜି ଓ ମମତା କାର୍ଜିଙ୍କ ସମେତ ଗୁମ୍ମା ଅଞ୍ଚଳର ଅନ୍ୟ ଜଣେ ମହିଳା ଆହତ ହୋଇଥିବା ଜଣାଯାଇଛି. ଏହି ୩ ମହିଳା ସେମାନଙ୍କ ଘର ମଧ୍ୟରେ ଥିବା ସମୟରେ ବଜ୍ରାଘାତ ଦ୍ୱାରା ଆହତ ହୋଇଥିଲେ. ୩ ଜଣ ମହିଳା ଗୁମ୍ମା ଡାକ୍ତରଖାନରେ ଚିକିତ୍ସାତ ହୋଇଥିବା ଜଣାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ