ନାଗସରା ପୋଖରୀ ବୁଲି ଦେଖିଲେ ଦୁଇ ବିଧାୟକ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଗ୍ରାମରେ ଥିବା ଐତିହ୍ୟ ସମ୍ପର୍ଣ୍ଣ ନାଗସରା ପୋଖରୀକୁ ବୁଲି ଦେଖିଲେ ଯାପୁର ବିଧାୟକ ତଥା ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ । ଏହି ପୋଖରୀଟି ଏ ଅଞ୍ଚଳର ସର୍ବପୁରାତନ ପୋଖରୀ ହୋଇଥିବାବେଳେ ଏହାର ଆୟତନ ୧୬ଏକରରୁ ଉର୍ଦ୍ଧ ଓ ଜଳଧାରଣ ପରୀସୀମା ୭ଏକରରୁ ଉର୍ଦ୍ଧ । ଏହି ପୋଖରୀଟି ଜରାଜିନ୍ନ ଅବସ୍ଥାରେ ଥବାରୁ ଏହାର ପୁନୋରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ପାଇଁ ଗ୍ରାମବାସୀ ଦୀର୍ଘଦିନ ହେଲା ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ । ଆଜି ବିଧାୟକ ଦ୍ୱୟ ଏହି ପୋଖରୀ ପରିଦର୍ଶନ କରି କିପରି ଏହାର ପୁନୋରୁଦ୍ଧାର ଓ ସୌନ୍ଦର୍ଯ୍ୟ କରଣ ହୋଇପାରିବ ସେନେଇ ଆଲୋଚନା କରିବା ସହିତ ଅତିଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି ସମୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ପୁର୍ବତନ ସରପଞ୍ଚ ବୈଲୋଚନ ନାୟକ, ପୁର୍ବତନ ସମବାୟ ସମିତି ସଭାପତି ପ୍ରଣବ ମହାନ୍ତି, ନାରାୟଣ ଚନ୍ଦ୍ର ବଶ୍ୱାଳ, ବିନୋଦ ସିଂଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ ।


