‘ଅପରାହ୍ଣ’ର ବାର୍ଷିକ ଉତ୍ସବ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଆ ଖବରକାଗଜ ‘ଅପରାହ୍ଣ’ର ୧୪ତମ ବାର୍ଷିକ ଉତ୍ସବ ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠିତ ସାରସ୍ୱତ ସମାରୋହ ସ୍ଥାନୀୟ ଉଦ୍ୟୋଗ ଭବନ ପରିସରରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ଫକୀରମୋହନ ମେଡିକାଲ କଲେଜ ପ୍ରଶାନିକ ଅଧିକାରିଣୀ ମନୋରମା ଭୂୟାଁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗଣତନ୍ତ୍ର ସୁରକ୍ଷାରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣର୍ ଭୂମିକା ସମ୍ପର୍କରେ କହିଥିଲେ । ବରିଷ୍ଠ ସାମ୍ବାଦିକ କିଶୋର ଦ୍ୱିବେଦୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସତ୍ୟ ଓ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୁତ୍ୱାରୋପ କରିଥିଲେ । କବି ପ୍ରଶାନ୍ତ ଦାସ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସାହିତ୍ୟ ଓ ସମ୍ବାଦ ପରସ୍ପର ଅନୁପୂରକ ବୋଲି କହିଥିଲେ । ସୁଲଗ୍ନା ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ସର ଚେୟାରମ୍ୟାନ ଶିକ୍ଷାବିତ ଘନଶ୍ୟାମ ବିଶ୍ୱାଳ, ସ୍ତମ୍ଭକାର କାଳୀକିଙ୍କର ଦାସ ଓ ଅପରାହ୍ଣର ସମ୍ପାଦକ ବଂଶୀଧର ଜେନା ପିତା ପୁରୁଷୋତ୍ତମ ଜେନା ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ସମ୍ପାଦକ ଶ୍ରୀ ଜେନା ଅପରାହ୍ଣର ଦୀର୍ଘ ୧୩ ବର୍ଷର ନିରନ୍ତର ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ଅଧ୍ୟାପକ ପ୍ରଦୀପ୍ତ ମିଶ୍ର ଏଥିରେ ସଂଯୋଜନା କରିଥିବା ବେଳେ କଲ୍ୟାଣୀ ନନ୍ଦ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ