ବୁଲିଦେଖିଲେ ଜିଲ୍ଲାପରିଷଦ ଉପାଧ୍ୟକ୍ଷା
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଉଦ୍ୟାନ ବିଭାଗ ପକ୍ଷରୁ ଛତ୍ରପୁର ବ୍ଲକ ଭିକାରୀପଲ୍ଲୀ ଗ୍ରାମ ପଂଚାୟତ ଅନ୍ତର୍ଗତ ନୂଆଁପଲ୍ଲୀ ଗ୍ରାମରେ ୩ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ଦ୍ୱାରା କରାଯାଉଥିବା ଗୋଲାପ ଓ ଜାର୍ବେରା ଫୁଲ ଚାଷ ବଗିଚା ବୁଧବାର ଗଂଜାମ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା ପରିଦର୍ଶନ କରିଥିଲେ । ମାଁ ଗ୍ରାମଦେବତୀ ସ୍ୱୟଂ ସହାୟିକ ଗୋଷ୍ଠୀ ପକ୍ଷରୁ ୪୦୦ସ୍କୋର ମିଟରରେ ଚାଷ କରାଯାଇଛି ଗୋଲପ ଚାଷ । ଏହାର ବୀହନ ପୁନେ ରୁ ଅଣାଯାଇଛି । ସେହିପରି ମାଁ ବାଳକୁମାରୀ ଓ ମାଁ ଭୈରବୀ ମହିଳା ସ୍ୱୟଂ ସହାୟିକ ଗୋଷ୍ଠୀ ପକ୍ଷରୁ ଜାର୍ବେରା ଫୁଲ ଚାଷ କରାଯାଇଛି । ଏହାର ବୀହନ ଥାଇଲାଣ୍ଡ ଠାରୁ ଅଣାଯାଇଛି । ଆଜି ଉପାଧ୍ୟକ୍ଷା ଶ୍ରୀମତି ପଣ୍ଡା ପରିଦର୍ଶନ କରି ଖୁସି ଜାହିର କରିବା ସହ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମା ମାନଙ୍କୁ ପ୍ରଶଂସା କରିଥିଲେ । ସେହିପରି ଗଂଜାମ ବ୍ଲକର ସନ୍ତୋଷପୁର ପଞ୍ଚାୟତ ଲଉପୁଟ ଠାରେ ଚାଷୀ ମାନଙ୍କ ପକ୍ଷରୁ ଅର୍କିଟ୍ ଚାଷ କରାଯାଇଥିବା କ୍ଷେତ ପରିଦର୍ଶନ କରିଥିଲେ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଏହାସହ କଟାପଡା ଠାରେ ଚାଷୀମାନଙ୍କ ପକ୍ଷରୁ କରାଯାଇତିବା ଡାଳିମ୍ବ ଚାଷ ବୁଲିଦେଖିଥିଲେ । ଏହି ପରିଦର୍ଶନରେ ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଓଡିଶା ଜିବୀକା ମିସନର ଛତ୍ରପୁର ବ୍ଲକ ସଂଯୋଜିକା ମାନିନୀ ଜେନା , ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀଙ୍କ ସମେତ ଉଦ୍ୟାନ ବିଭାଗର ବହୁ ଅଧିକାରୀ ମାନେ ଉପସ୍ଥିତ ଥିଲେ ।


