ନୂତନ ହୋଣ୍ଡା ସାଇନ ୧୦୦ ସିସି ବାଇକ ବଜାର ପ୍ରବେଶ ଉତ୍ସବ
ବାଲେଶ୍ୱର, (ସରୋଜ ପଣ୍ଡା):ହୋଣ୍ଡା ମୋଟର ସାଇକଲ ଏଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ ଲିମିଟେଡ ପକ୍ଷରୁ ୧୦୦ ସିସି ବିଶିଷ୍ଟ ନୂତନ ହୋଣ୍ଡା ସାଇନ ମୋଟର ସାଇକେଲର ବଜାର ପ୍ରବେଶ ହୋଇଯାଇଛି । ଏ ନେଇ ସ୍ଥାନୀୟ ହରିପ୍ଲାଜାଠାରେ ଆୟୋଜିତ କାର୍ଯ୍ୟକ୍ରମରେ ହୋଣ୍ଡା ମୋଟର୍ସର ବାଲେଶ୍ୱର ଅଧିକୃତ ବିକ୍ରେତା ‘ହରି ମୋଟର୍ସ ପ୍ରାଇଭେଟ ଲିମିଟେଡ’ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୟ କୁମାର ଦାସ ଅଧ୍ୟକ୍ଷତା କରିଥିଲେ । ହୋଣ୍ଡା ମୋଟର୍ସର ଓଡ଼ିଶା ସେଲ୍ସ ହେଡ ରାଜେଶ ଚୌଧୁରୀ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ନୂତନ ୧୦୦ସିସି ବାଇକକୁ ଅନାବରଣ କରିଥିଲେ । ହୋଣ୍ଡା କମ୍ପାନିର ସଂଖ୍ୟାଧିକ ବର୍ଗର ବାଇକ ଓ ସ୍କୁଟର ଉପଲବ୍ଧ ଥିଲେ ବି ୧୦୦ସିସି ସାଇନ ବାଇକ ପ୍ରତି ଚାହିଦା ବୃଦ୍ଧି ପାଇଥିଲା । ଏହାକୁ ଗୁରୁତ୍ୱ ଦେଇ କମ୍ପାନି ଏଭଳି ଏକ ନୂତନ ବାଇକ ପ୍ରସ୍ତୁତ କରିଛି ବୋଲି ଶ୍ରୀ ଚୌଧୁରୀ କହିଥିଲେ । ଓଡ଼ିଶା ବଜାରରେ ହୋଣ୍ଡା ବାଇକ ଓ ସ୍କୁଟରର ଚାହିଦା ବୃଦ୍ଧି ପାଇଥିବା ବେଳେ ବିକ୍ରି ପରିମାଣ କ୍ଷେତ୍ରରେ ହରି ମୋଟର୍ସ ଏକ ନମ୍ବର ସ୍ଥାନରେ ରହିଛ ।ଏହାକୁ ଦୃଷ୍ଟିରେ ରଖି ୧୦୦ସିସିର ନୂତନ ବାଇକକୁ ବଜାର ପ୍ରବେଶ ପାଇଁ ନିଷ୍ପତ୍ତି ନିଆଯାଇଥିବା ସେ ସ୍ପଷ୍ଟ କରିଥିଲେ । ହୋଣ୍ଡା ମୋଟରର ଏରିଆ ସେଲ୍ସ ମ୍ୟାନେଜର ଅଭିଶେଷ ହୋତା ସାଇନ ୧୦୦ସିସି ବାଇକର ବିଭିନ୍ନ ପ୍ରକାରର ଅତ୍ୟାଧୁନିକ ଜ୍ଞାନ କୌଶଳ ଉପରେ ଆଲୋକପାତ କରିଥିଲେ । ହରି ମୋଟର୍ସର ମ୍ୟାନେଜର ଇନ୍ଦ୍ରଜିତ ସିଂହ ଏହି ବାଇକର ବୈଶିଷ୍ଟ ସମ୍ପର୍କରେ ସୂଚନା ଦେଇଥିଲେ । ଲଙ୍ଗ ସସ୍ପେନସନ, ଦୀର୍ଘ ଓ ଆରାମଦାୟକ ସିଟ୍, ନୂଆ ୧୦୦ ସିସି ଇଞ୍ଜିନ, ଇକ୍ୟୁଆଲାଇଜର ସହ କମ୍ବି ବାଇକିଂ ସିଷ୍ଟମ, ସ୍ମଲ ଟର୍ଣ୍ଣିଂ ରେଡିୟସ, ୧୬୮ ମିମିର ହାଇଗ୍ରାଉଣ୍ଡ କ୍ଲିୟରାନ୍ସ ଯୁକ୍ତ ଏହି ବାଇକ ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ଶ୍ରୀ ସିଂହ କହିଥିଲେ । ସାଇଡ୍ ସାଣ୍ଡ ନ ଉଠାଇବା ପର୍ଯ୍ୟନ୍ତ ଏହି ବାଇକ ଷ୍ଟାର୍ଟ ହେବନି । ଏଫଆଇ ଇଞ୍ଜିନ ଯୁକ୍ତ ଏହି ବାଇକରେ କମ ତେଲ ଖର୍ଚ୍ଚରେ ଅଧିକ ରାସ୍ତା ଚାଲିବ । ବାଇକର ସୋ’ରୁମ ମୂଲ୍ୟ ୬୬,୯୦୦ ଟଙ୍କା ରହିଛି, ଯାହ ଅନ୍ୟ କମ୍ପାନିର ୧୦୦ସିସି ବାଇକ ଅନୁପାତରେ ଯଥେଷ୍ଟ କମ ବୋଲି ଶ୍ରୀ ସିଂହ ଦାବି କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମ୍ପଥ ଦାସ, ସମ୍ରାଟ ଦାସ, ସୁବ୍ରତ ମହାନ୍ତି, ଅରବିନ୍ଦ ଘୋଷ, ପ୍ରକାଶ ଦାସ, ବାଲେଶ୍ୱର ଜିଲ୍ଲାରେ ଥିବା ହୋଣ୍ଡା ମୋଟର ସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ଡିଲରମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସାଇନ ୧୦୦ ସିସି ବାଇକର ପ୍ରଥମ ୧୫ଜଣ ଗ୍ରାହକଙ୍କୁ ଅତିଥିମାନେ ଚାବି ହସ୍ତାନ୍ତର କରିଥିଲେ । ହରି ମୋଟର୍ସର ନିର୍ଦ୍ଦେଶକ ସଂଗ୍ରାମ ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ସଭାପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଶିତ ହୋଇଥିଲା ।