କପାଳୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ କପାଳୀକ୍ଷେତ୍ର ନିମାପଡା ଜଗନ୍ନାଥ ମନ୍ଦିରରେ ନେତ୍ରୋତ୍ସବ ପାଳିତ ହୋଇଯାଇଛି । ଚତୁର୍ଦ୍ଧା ଦାରୁବ୍ରହ୍ମ ସିଂହାସନରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଇଛନ୍ତି । ମନ୍ଦିର ପ୍ରତିଷ୍ଠା ଠାରୁ ପ୍ରତିବର୍ଷ ଏହି ଦିନ ରାମଚନ୍ଦ୍ରପୁର ଗ୍ରାମର ଧିରେନ୍ଦ୍ର ମଣ୍ଡଳଙ୍କ ପରିବାର ମହାପ୍ରଭୁଙ୍କ ନେତ୍ରୋତ୍ସବ ପାଳନ କରିଆସୁଛନ୍ତି । ଧିରେନ୍ଦ୍ରଙ୍କ ପରଲୋକ ପରେ ତାଙ୍କ ଝିଅ ଟୁନୁଲତା ମଣ୍ଡଳ ଓ ଜ୍ୱାଇଁ ବିଦ୍ୟାଧର ମଣ୍ଡଳ ଠାକୁରଙ୍କ ଏହି ଦାୟୀତ୍ୱ ତୁଲାଇ ଆସୁଛନ୍ତି । ମନ୍ଦିରରେ ନୂଆ ନେତ ବାନ୍ଧିବା ସହ ନେତ୍ରୋତ୍ସବର ନୀତି ପାଳନ କରାଯାଉଛି । ସ୍ୱର୍ଗତ ଧିରେନ୍ଦ୍ରଙ୍କ ଝିଅଜ୍ୱାଇଁ ସହ ତାଙ୍କ ଧର୍ମପତ୍ନୀ ଉମାମଣି ମଣ୍ଡଳ, ସାନଭାଇ ନରେନ୍ଦ୍ର ମଣ୍ଡଳ ଓ ନାରାୟଣ ଦାସ ପୂଜାନୀତିରେ ଉପସ୍ଥିତି ରହି ସହଯୋଗ କରିଆସୁଛନ୍ତି । ଆଚାର୍ଯ୍ୟ ପଦ୍ମନାଭ ପଣ୍ଡାଙ୍କ ପୌରହିତ୍ୟରେ ମନ୍ଦିରର ବଡପଣ୍ଡା ଅନ୍ନଦା ପ୍ରସାଦ କରଶର୍ମା ଓ ପତଞ୍ଜଳୀ କରଶର୍ମା ନେତ୍ରୋତ୍ସବ ପୂଜା ସମ୍ପନ୍ନ କରିଥିଲେ । ମନ୍ଦିର ସେବାୟତ ସମିତିର ସଦସ୍ୟ ମାନେ ସହଯୋଗ କରିଥିଲେ ।