‘ଆଦିପୁରୁଷ’ ଚଳଚ୍ଚିତ୍ର ପ୍ରଦର୍ଶନକୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):ରାମାୟଣ ଉପରେ ଆଧାରିତ ‘ଆଦିପୁରୁଷ’ ଚଳଚ୍ଚିତ୍ରର ସଂଳାପକୁ ନେଇ ବିବାଦ ସୃଷ୍ଟି ହୋଇଥିବା ବେଳେ ବାଲେଶ୍ୱରରେ ଶ୍ରୀ ରାମଚେତନା ଜାଗରଣ ସଂଘ ପକ୍ଷରୁ ଚଳଚିତ୍ର ପ୍ରଦର୍ଶନ ବନ୍ଦ ପାଇଁ ଦାବି ହୋଇଛି । ସହରର ମୋଭି-ଏକ୍ସ ସିନେମା ହଲ ସାମନାରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନେ ବିକ୍ଷୋଭ କରି ଏହି ଚଳଚ୍ଚିତ୍ରର ପ୍ରଦର୍ଶନକୁ ପ୍ରତିବାଦ ଜଣାଇଛନ୍ତି । ୫ଟି ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ଚଳଚ୍ଚିତ୍ର ଭାତରୀୟ ସଂସ୍କୃତି ଓ ଧର୍ମୀୟ ଭାବନାର ପରପନ୍ଥୀ ବୋଲି କର୍ମକର୍ତ୍ତାମାନେ କହିଛନ୍ତି । ଏଥିରେ ମହାକାବ୍ୟ ରାମାୟଣର ଭାଷା ସାହିତ୍ୟକୁ ବିକୃତ ଉଚ୍ଚାରଣ କରିବା, ମର୍ଯ୍ୟାଦା ପୁରୁଷ ପ୍ରଭୁୁ ଶ୍ରୀରାମ ଓ ମହାବୀର ହନୁମାନଙ୍କୁ ଅପବାଦ ଦିଆଯାଇଛି । ଏହା ପ୍ରତ୍ୟେକ ସନାତନୀ ହିନ୍ଦୁଙ୍କ ଆବେଗ ପ୍ରତି କୁଠାରଘାତ ସହିତ ଭାରତୀୟଙ୍କ ପାଇଁ ଅପମାନବୋଧ ସ୍ଥିତି ସୃଷ୍ଟି କରୁଛି ବୋଲି ଜାଗରଣ ସଂଘ ପକ୍ଷରୁ ଆରୋପ ହୋଇଛି । ଏହି ବିବାଦୀୟ ଚଳଚ୍ଚିତ୍ର ପ୍ରଦର୍ଶନକୁ ତୁରନ୍ତବନ୍ଦ ପାଇଁ କର୍ମକର୍ତ୍ତାମାନେ ଦାବି କରିଛନ୍ତି । ଚତ୍ତରଞ୍ଜନ ପଣ୍ଡା, ବିଜୟ କୁମାର ପୃଷ୍ଟି, ପ୍ରୀତମ କୁମାର ସାହୁ, ସ୍ୱାଧୀନ ପଣ୍ଡା, ଉମେଶ କୁମାର ବେହେରା, ସୁମନ୍ତ ପଣ୍ଡା, ତପନ ବେହେରା, ପ୍ରକାଶ ଚନ୍ଦ୍ର ମହାନ୍ତି, ଚନ୍ଦନ କୁମାର ଦାସ, ଭାଗ୍ୟରଞ୍ଜନ ନାୟକ, ରାକେଶ ବେହେରା, ପବନ କୁମାର କମିଳା, ସୌଭାଗ୍ୟ ମାନସ ନାୟକ, ଦେବବ୍ରତ ମିଶ୍ର, ରାଜେଶ କୁମାର ମହାପାତ୍ର ପ୍ରମୁଖଙ୍କ ସମେତ ଶ୍ରୀ ରାମଚେତନା ଜାଗରଣ ସଂଘର ବହୁ ସଦସ୍ୟ ଏହି ବିରୋଧ ପ୍ରଦର୍ଶନରେ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ