ଏମ୍ସ ସାଟେଲାଇଟ ସେଣ୍ଟର ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର
ବାଲେଶ୍ୱର, (ସରୋଜ ପଣ୍ଡା):ସରକାରୀ ମେଡିକାଗ କଲେଜ କ୍ରିୟାନୁଷ୍ଠନା କମିଟି ପକ୍ଷରୁ କେନ୍ଦ୍ର ରେଳ ଓ ପ୍ରଯୁକ୍ତି ବିଭାଗର ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବଙ୍କୁ ସ୍ଥାନୀୟ ସର୍କିଟ ହାଉସରେ ପ୍ରତିନିଧିମାନେ ସାକ୍ଷାତ କରି ଏମ୍ସ ସାଟେଲାଇଟ ସେଣ୍ଟରକୁ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ସ୍ମାରକପତ୍ର୍ର ପ୍ରଦାନ କରିଥିଲେ । ଏମ୍ସର ବହିର୍ବିଭାଗକୁ ସପ୍ତାହରେ ସାତଦିନ ଓ ୩୦୦ ଶଯ୍ୟାବିଶିଷ୍ଟ ହସପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ ପାଇଁ ସେମାନେ ନିବେଦନ କରିଥିଲେ । ବିଶେଷ କରି ଆବଶ୍ୟକୀୟ ଯନ୍ତ୍ରପାତି ସହ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନେ ଅବଗତ କରିଥିଲେ ।ଏଥିପାଇଁ ଖୁବଶୀଘ୍ର ଉଚିତ ପଦକ୍ଷେପ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରତିଶ୍ରୁତି ଦେଇଥିଲେ । ମନ୍ତ୍ରୀଙ୍କ ସହ ଠୋରେ ଉପସ୍ଥିତ ଥିବା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଏହି ଦାବିକୁ ସମର୍ଥନ ଜଣାଇଥିବା ଲକ୍ଷ୍ୟ କରାଯାଇଥିଲା । ସ୍ମାରକପତ୍ର୍ର ପ୍ରଦାନ ବେଳେ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, କାର୍ଯ୍ୟକାରୀ ସଭାପତି ଇଂ. ହୃଷିକେଶ ସାହୁ, ଜନସଂପର୍କ ସଂପାଦକ ଗୌରାଙ୍ଗ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ୟାମସୁନ୍ଦର ଜେନା ଓ ଉପଦେଷ୍ଟା ସୀତାରାମ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।


