ମୋହନା ରେ ବିଶ୍ୱ ଯୋଗ ଦିବସ ପାଳିତ
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜ଼ିଲ୍ଲା ମୋହନା ଅଞ୍ଚଳ ର ବିଭିନ୍ନ ସ୍ଥାନରେ ବୁଧବାର ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ହିଲ୍ ଟପ୍ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ବାଳକ ବାଳିକା ଯୁଗ୍ମ ବିଭାଗ +୨ ର ଅଧିକାରୀ ଅନିଲ କୁମାର ତ୍ରିପାଠୀ ଏବଂ +୩ ବିଭାଗ ଅଧିକାରୀ ସନ୍ତୋଷ ନନ୍ଦ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ରେ ଯୋଗ ଶିକ୍ଷକ ମୀନକେତନ ମିଶ୍ର ଛାତ୍ର ଛାତ୍ରୀ ମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ l ସେହିଭଳି ମୋହନା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଆର୍. ଏସ୍. ଏସ୍ ପକ୍ଷରୁ ଆୟୋଜିତ ଯୋଗ ଶିବିର ରେ ବହୁ ଶିଶୁ ଏବଂ ସ୍ଥାନୀୟ ଜନସାଧାରଣ ଙ୍କ ସହ ସ୍ୱୟଂ ସେବକ ମାନେ ଯୋଗ ଦେଇ ଯୋଗ ଗୁରୁ ରଞ୍ଜନ ସାହୁ ଙ୍କ ଉପସ୍ଥିତି ରେ ପ୍ରାଣାୟମ, ଯୋଗାସନ ଅଭ୍ୟାସ କରିଥିଲେ କରିଥିଲେ l ମୋହନା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ରେ ବିଚାରପତି ଶୁଭ୍ରଜିତ ବେହେରା ଙ୍କ ଉପସ୍ଥିତ ରେ ଓକିଲ ସଙ୍ଘ ଏବଂ କୋର୍ଟ କର୍ମଚାରୀ ମାନେ ଯୋଗାସନ କରିଥିଲେ l ଚାନ୍ଦିପୁଟ ଇନ୍ଦିରା ସ୍ମୃତି ମହାବିଦ୍ୟାଳୟ ରେ ମଧ୍ୟ ବିଶ୍ୱ ଯୋଗ ଦିବସ ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କ ଉପସ୍ଥିତି ରେ ପାଳିତ ହୋଇଯାଇଛି l ଯୋଗ ଦ୍ୱାରା ମନୁଷ୍ୟ ଶରୀର ସୁସ୍ଥ ରହିବା ସହ ମନ ପ୍ରଫୁଲ୍ଲିତ ରହିଥାଏ ତେଣୁ ପ୍ରତ୍ୟେକ ଦିନ ଯୋଗାସନ କରିବା ଉପରେ ଆୟୋଜିତ ଯୋଗ ଶିବିର ମାନଙ୍କ ରେ ଆହ୍ୱାନ କରାଯାଇଥିଲା l


