ପାଟପୁର ରଥଯାତ୍ରା ରେ ସହସ୍ରାଧିକ ଭକ୍ତଙ୍କ ଭିଡ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ରେବିଭିନ୍ନ ସ୍ଥାନରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାଟପୁର ସ୍ଥିତ ଶ୍ରୀ ଶ୍ରୀ ଦଧିବାମନ ବିଜେ ଜଗନ୍ନାଥ ମହାପ୍ରଭୁ ଙ୍କ ଘୋଷଯାତ୍ରା ବିଧିବିଧାନ, ପରମ୍ପରା ନୀତି ନିୟମ ପ୍ରକାରେ ପାଳନ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଅପରାହ୍ନ ଚାରିଟା ରେ ରଥ ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ମହାପ୍ରଭୁ ରଥ ପ୍ରତିଷ୍ଠା ରେ ପଦ୍ମ ଲୋଚନ ପାଣିଗ୍ରାହୀ, ସହଧର୍ମିଣୀ ପ୍ରଭାସିନୀ ପାଣିଗ୍ରାହି କର୍ତ୍ତା ଭାବେ ଯୋଗ ଦେଇଥିବା ବେଳେ ମହାପ୍ରଭୁଙ୍କପୁରୋହିତ ପ୍ରମୋଦ କୁମାର ପୁରୋହିତ ହୋମ ପୂଜା ଆଦି କାର୍ଯ୍ୟ ସମ୍ପାଦନ କରିଥିଲେ।ଏହା ପରେ ପ୍ରଭୁ ଦଧିବାମନ ଙ୍କ ପହଣ୍ଡି ବିଜେ କରାଯାଇଥିଲା। ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ଜେନା ପହଞ୍ଚି ପ୍ରଦୀପ ପ୍ରଜ୍ବଳନ କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରି ରଥ ଟାଣିବାକୁ ଭକ୍ତ ମାନଙ୍କୁ କହିବା ସହ ସେ ମଧ୍ୟ ରଥ ଟାଣିଥିଲେ। ମନ୍ଦିର ପୁଦେଷ୍ଟା ଅଧ୍ୟାପକ କୈଳାସ ଚନ୍ଦ୍ର ସ୍ବାଇଁ , ସଙ୍କର୍ଷଣ ସ୍ବାଇଁ , ମୁକୁନ୍ଦ ଚନ୍ଦ୍ର ବାରାଡ ଗୋପାଳ ସାବତ ,ବାବୁ ସୁବୁଦ୍ଧି, ସଂକର୍ଷଣ ସେଠୀ ମନ୍ଦିରର ସମସ୍ତ କମିଟି ଉପସ୍ଥିତ ରହି ସୁରକ୍ଷା ମଧ୍ୟ୍ୟରେ ରଥ ଟଣା ଯାଇ ଶ୍ରୀ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚାଇଥିଲେ । ଏହି ଅବସରରେ ହରିବୋଲ, ହୁଳହୁଳି, ଢୋଲ, ତୂରୀ, ଗିନି ,ମୃଦଙ୍ଗ ,ଘଣ୍ଟ ବଡଦାଣ୍ଡ ପ୍ରକମ୍ପିତ ହୋଇଥିଲା । ଭକ୍ତଗଣ କଳାଠାକୁର ଙ୍କ ଦର୍ଶନ ପାଇଁ ନିଜକୁ ଧନ୍ୟ ମନେକରିବା ସହିତ ଭୋଗ, ତୁଳସୀ, ଅର୍ପଣ କରିଥିଲେ । ସେହି ପରି ସାନଖେମୁଣ୍ଡି ଅଂଚଳରେ ପୋଡାମରି, ସିଙ୍ଗିପୁର, ପ୍ରତାପଗିରି, କାଙ୍କୋରଡ଼ା ଜୟନଗର, ପ୍ରଭୂ ଜଗନ୍ନାଥ ଚତୁର୍ଦ୍ଧାମୂର୍ତ୍ତି ରଥାରୂଢ଼ ହୋଇଥିଲେ। ସଂଧ୍ୟା ଆଳତୀ ଧୂପ ପୂଜା ରୀତି ନୀତି ସହ ସମାପନ ହୋଇଥିଲା। । ବିଭି୍ନପ୍ରାନ୍ତରୁ ଯାତ୍ରା ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ଗ୍ରାମ ଗୁଡିକ ରେ ଏହି ଘୋଷଯାତ୍ରା ବହୁ ଉଚ୍ଚାହ ଉଦ୍ଧିପନା ଏବଂ ଭକ୍ତିଭାବ ସହକାରେ ଅନୁଷ୍ଠିତ ହୋଇଥିଲା । ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଶୃଙ୍ଖଳା ରକ୍ଷା କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ