ଛତ୍ରପୁର ବ୍ରହ୍ମାକୁମାରୀ ସଂସ୍ଥାନରେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ

ଛତ୍ରପୁର, (ଦେବଦତ୍ତ ମହାରଣା):ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଛତ୍ରପୁର ଶାଖା ଶାନ୍ତି ଅନୁଭୂତି ଭବନ କେନ୍ଦ୍ରରେ ଆଜି ସକାଳେ ଆନ୍ତର୍ଜାତିୟ ଯୋଗ ଦିବସ ପାଳିତ ହୋଇଯାଇଛି । ଯୋଗ, ପ୍ରାଣାୟମ, ଓଁକାର ଧ୍ୱନି ମାଧ୍ୟମରେ ଯୋଗ ଗୁରୁ ରାମକୃଷ୍ଣ ମହାପାତ୍ର ଙ୍କ ତତ୍ୱାବଧାନରେ ଅନେକ ଭାଇ ଓ ଭଉଣୀ ମାନେ ଆୟୋଜିତ ଯୋଗ ଶିବିରରେ ଯୋଗଦେଇଥିଲେ । ବ୍ରହ୍ମାକୁମାରୀ ପିଙ୍କି ଭଉଣୀ ରାଜଯୋଗ ଉପରେ ସମ୍ୟକ ସୂଚନା ଦେଇଥିଲେ । ରାଜଯୋଗିନୀ ବ୍ରହ୍ମାକୁମାରୀ ବିଜୟ ଲକ୍ଷ୍ମୀ ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଶିବିରରେ ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ କିଶୋର କୁମାର ବେହେରା ମୁଖ୍ୟଅତିଥୀ ଭାବେ ଯୋଗଦେଇଥିଲେ ।ସମାଜସେବୀ ବି.ଶଙ୍କର ରେଡ୍ଡୀ, ସଞ୍ଜିତ କୁମାର ରାଉଳ, ମନୋଜ ମିଶ୍ର ପ୍ରମୁଖ ଛତ୍ରପୁରର ବହୁ ମାନ୍ୟସ୍ପଦ ବ୍ୟକ୍ତି ଯୋଗଦେଇ ଶିବିରର ମହତ୍ତ୍ୱ କୁ ଉପଲବ୍ଧ କରିଥିଲେ । ସର୍ବୋପରି ଯୋଗର ମହତ୍ତ୍ୱ ମାହାତ୍ମ୍ୟ ଉପରେ କଲେଜ ଅଧ୍ୟକ୍ଷ ଶ୍ରୀ ବେହେରା ପ୍ରତିପାଦନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ