ବାଲେଶ୍ୱରର ବିଶାଳ ଯୋଗ ଶିବିରରେ ରେଳମନ୍ତ୍ରୀ

ବାଲେଶ୍ୱର, (ସରୋଜ ପଣ୍ଡା):ନବମ ବିଶ୍ୱ ଯୋଗ ଦିବସ ଅବସରରେ ବାଲେଶ୍ୱର ସହରର ପରମିଟ ପଡ଼ିଆରେ ଏକ ବିଶାଳ ଯୋଗ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣପୂର୍ବ ରେଳପଥ ଖଡ଼ଗପୁର ଡିଭିଜନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉଦଘାଟନ କରିବା ସହ ସ୍ୱଚ୍ଛ ମାନସିକତା ସୃଷ୍ଟି ପାଇଁ ଯୋଗ ହିଁ ଉଚିତ ମାଧ୍ୟମ ବୋଲି କହିଥିଲେ । ବର୍ଷର କେବଳ ଗୋଟିଏ ଦିନ ପରିବର୍ତ୍ତେ ଦୈନିକ ଜୀବନଚର୍ଯ୍ୟାରେ ଯୋଗ ଓ ପ୍ରାଣାୟମ ଜାରି ରଖିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବାଲେଶ୍ୱର ଲୋକସଭା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଦକ୍ଷିଣ-ପୂର୍ବ ରେଳପଥ ଜେନେରାଲ ମ୍ୟାନେଜର ଅର୍ଚ୍ଚନା ଯୋଶୀ, ଖଡ଼ଗପୁର ରେଳ ଡିଭିଜନ ଡିଆରଏମ ଶେଖ ହାସିମ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଯୋଗ ବିଜ୍ଞାନକୁ ଆପଣେଇ ପାରିଲେ ଆନ୍ତରିକ ସୁଦ୍ଧତା ଆସିବା ସହ ସମଗ୍ର ବିଶ୍ୱ ଗୋଟିଏ ପରିବାର ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ ।ଏହି ଅବସରରେ ଆମେରିକା ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରୁ ଭିଡିଓ କନଫେରେନସିଂ ମାଧ୍ୟମରେ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ସାମୂହିକ ଯୋଗାଭ୍ୟାସ କରାଯାଇଥିଲା । ରେଳ ବିଭାଗର ଅଧିକାରୀ ଓ କର୍ମଚାରୀ, ରେଳ ସୁରକ୍ଷା ବଳଙ୍କ ସମେତ ବାଲେଶ୍ୱର ସହର ତଥା ଆଖପାଖ ଅଂଚଳରୁ ବହୁ ଲୋକ ଏଥିରେ ଉପସ୍ଥିତ ରହି ଯୋଗାଭ୍ୟାସ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ