ବୁଢ଼ାବଳଙ୍ଗରେ ବୁଡ଼ି ନାବାଳକ ମୃତ

ବାଲେଶ୍ୱର, (ସରୋଜ ପଣ୍ଡା):ବୁଢ଼ାବଳଙ୍ଗ ନଦୀର ସହର ଉପକଣ୍ଠ ବଡ଼ନୂଆପୁର ଘାଟରେ ଗାଧୋଉଥିବା ବେଳେ ମାଣିଖମ୍ବ ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ରର ମୃତ୍ୟୁ ହୋଇଯାଇଛି । ମାଣିଖମ୍ବର ଦୀପକ କୁମାର କରଙ୍କ ଏକମାତ୍ର ପୁତ୍ର ଓମ ପ୍ରକାଶ କର (୧୩) ବେଦମତୀ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଅଟନ୍ତି । ସକାଳ ପ୍ରାୟ୯ଟା ବେଳେ ଦୋକାନରୁ ପୁରି ଖାଇବ ବୋଲି ବାପାଙ୍କ ଠାରୁ ଟଙ୍କା ନେଇ ଓମପ୍ରକାଶ ସାଇକେଲ ଧରି ବାହାରି ଯାଇଥିଲା । ସେ ଘରକୁ ଫେରିବା ପରିବର୍ତ୍ତେ ବଡ଼ନୂଆପୁର ଘାଟ ବନ୍ଧରେ ସାଇକେଲ ରଖି ନଦୀରେ ଗାଧୋଉଥିଲେ । ତାଙ୍କ ଗୋଡ ଖସି ଯିବାରୁ ସେ ପାଣିରେ କିଛିବାଟ ଭାସିଯାଇ ବୁଢ଼ି ଯାଇଥିଲେ । ସେଠାରେ ଗାଧୋଉଥିବା ଅନ୍ୟ ଲୋକମାନେ ଶାଢ଼ୀ ଗାମୁଛା ଓମଙ୍କ ନିକଟକୁ ଫିଙ୍ଗି ଥିଲେ ବି ସେ ତାହାକୁ ଧରିପାରି ନଥିଲେ । ଦମକଳ ବାହିନୀ ବହୁ ଖୋଜଖୋଜି କରିବା ପରେ ବି ଓମଙ୍କର କୌଣସି ପତ୍ତା ମିଳି ନଥିଲା । ଅପରାହ୍ନରେ ଜୁଆର ଛାଡ଼ିବା ପରେ ନଦୀର ବଡ଼ନୂଆପୁର ଘାଟ ଠାରୁ କିଛି ଦୂରେ ତାଙ୍କର ମୃତ ଦେହ ଲାଗିଥିବା ଦେଖିବାକୁ ମିଳିଥିଲା । ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ଆଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ