ଜିଲା ହୋମିଓପାଥିକ କାର୍ଯ୍ୟାଳୟ ପକ୍ଷରୁ ଯୋଗ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା ହୋମିଓପାଥିକ କାର୍ଯ୍ୟାଳୟ ପକ୍ଷରୁ ନବମ ଆନ୍ତର୍ଜାତିକ ଯୋଗ ଦିବସ ଶୋଭାରାମପୁର ସ୍ଥିତ କାର୍ଯ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପତଞ୍ଜଳି ଯୋଗ ସମିତିର ଜିଲା ମହିଳା ପ୍ରଭାରୀ ଯଶୋବନ୍ତୀ ଶିଅଳ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ୱ ଯୋଗ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଡାକ୍ତର କୁମାର ଗୋପାଲ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ମାନବ ଶରୀର ପାଇଁ ଯୋଗ ଓ ପ୍ରାଣାୟମର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲା ହୋମିଓପାଥିକ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଜୟଶ୍ରୀ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ହୋମିଓପାଥିକ ଚିକିତ୍ସକ ଡାକ୍ତର ସ୍ୱରୂପ ପଟ୍ଟନାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଜିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ଦୀପ୍ତିମୟୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଯୋଗ ପ୍ରଶିକ୍ଷକ ଘନଶ୍ୟାମ ନାୟକ ଓ ମନୋଜ କୁମାର ଦେଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏଥିରେ ଯୋଗାଭ୍ୟାସ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ