ଭକ୍ତି ସଙ୍ଗୀତ ବିଦ୍ୟାଳୟର ଶୁଭ ଉଦଘାଟନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଟାଉନ ହଲ ପରିସରରେ ପାରଳା ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଭକ୍ତି ସଙ୍ଗୀତ ବିଦ୍ୟାଳୟକୁ ରିବନ କାଟି ଶୁଭ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ମହନ୍ତ ରାମାନନ୍ଦ ଦାସଜୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ, ନିର୍ବାହୀ ଅଧିକାରୀ ବନମାଳୀ ଶତପଥି, ଗୁରୁ ରଘୁନାଥ ପାତ୍ର, ରାଜେନ୍ଦ୍ର ରଥଙ୍କ ସମେତ ଭକ୍ତି ସଙ୍ଗୀତ ବିଦ୍ୟାଳୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।


