ବନାନୀ କଳା ସଙ୍ଗମ ର ୧୯ ତମ ସାମାଜିକ ନାଟକ ସୂର୍ଯ୍ୟୋଦୟ ପୂର୍ବେ ମଞ୍ଚସ୍ଥ ହେଲା
ଫୁଲବାଣୀ, (ସୁନୀଲ କୁମାର ବେହେରା):କନ୍ଧମାଳ ଜିଲ୍ଲା ର ଅଗ୍ରଣୀ କଳା, ସଂସ୍କୃତି ଓ ନାଟକ ର ସର୍ବପୁରାତନ ଅନୁଷ୍ଠାନ ବନାନୀ କଳା ସଙ୍ଗମ ଫୁଲବାଣୀ ପକ୍ଷରୁ ରେଡକ୍ରସ ପାଣ୍ଠି ସଂଗ୍ରହ ଉଦେଶ୍ୟରେ ୧୮ ଓ ୧୯ ତାରିଖ ଦୁଇ ଦିନ ବ୍ୟାପୀ ସ୍ଥାନୀୟ ସଭାଗୃହ ଠାରେ ନାଟ୍ୟକାର ଚିନ୍ତାମଣି ଜେନା ଙ୍କ ଲିଖିତସାମାଜିକ ନାଟକ ସୁର୍ଯ୍ୟଦୋୟ ପୂର୍ବେ ମଞ୍ଚସ୍ଥ ହୋଇଥିଲା l ଦୀର୍ଘ ବର୍ଷ ବ୍ୟବଧାନ ରେ ଅନୁଷ୍ଠାନ ପକ୍ଷରୁ ମଞ୍ଚସ୍ଥ ନାଟକ ଯୁବ ପିଢ଼ି ଠୁ ଆରମ୍ଭ କରି ବୟସ୍କ ଙ୍କ ଯାଏଁ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥିଲା lଡ୍ରାମା ଦେଖିବାକୁ ଦୁଇଦିନ ଯାକ ଲୋକଙ୍କ ବେଶ ଭିଡ଼ ଦେଖିବାକୁମିଳିଥିଲା lନାଟକ ର ସମସ୍ତ କଳାକାରଙ୍କ ନିଖୁଣ ଅଭିନୟ ଓ ଅନ୍ୟ ସମସ୍ତ ସଦସ୍ୟଙ୍କ ଆକୁଣ୍ଠ ସହଯୋଗ ହେତୁ ବେଶ ସଫଳତା ମିଳିଥିଲା lଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉପଜିଲାପାଳ ସେସଦେଵ ମିଶ୍ର ଯୋଗ ଦେଈ ନାଟକ କୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେବରିଷ୍ଠ ନିର୍ଦେଶକ,ତଥା କଳାକାର, ରାଜେନ୍ଦ୍ର ପାଢ଼ୀ, ବରିଷ୍ଠ କଳାକାର ବିଜୟ କୁମାର ପାଣିଗ୍ରାହୀ, ନାଟ୍ୟକାର ଇଂ, ମନୋଜ କୁମାର ଦଣ୍ଡ ପାଟ ଯୋଗ ଦେଇଥିବାବେଳେ, ବନାନୀ କଳା ସଙ୍ଗମର ସାଧାରଣ ସମ୍ପାଦକ ତଥା ନାଟକ ର ନିର୍ଦେଶକ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା,,ସହ ନିର୍ଦେଶକ ତଥା ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟନାୟକ, ବନାନୀ ର ସଂଯୋଜକ ତଥା ମୁଖ୍ୟ ବ୍ୟବସ୍ଥାପକ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ, ସଭାପତି ରବୀନ୍ଦ୍ର ନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ l ସମାଜସେବୀ ଅଶୋକ ପରିଡା ସ୍ଵାଗତ ଭାଷଣ ଦେଇଥିଲେ lସେହିପରି ଦ୍ୱିତୀୟ ଦିନରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ ସେଠି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସମସ୍ତ ଅତିଥିଙ୍କୁ ସଂଗଠନ ପକ୍ଷରୁ ଉପଢୌକନ ଓ ପୁଷ୍ପ ଗୁଛ ଦେଈ ସମ୍ବର୍ଦ୍ଧିତ କରାଯାଇଥିଲା lନାଟକ ରେ ଯୁଧିଷ୍ଠିର ମହାନ୍ତି, ସୁରେଶ ନାୟକ, ବୁଲୁ ବିଶୋଇ,ବିନୋଦ କୁମାର ସାହୁ, ଅବସର ପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡା, ପ୍ରଶାନ୍ତ ବେହେରା, ଚନ୍ଦନ, ସୁକାନ୍ତ ବେହେରା, ବିଭୁତି ପଣ୍ଡା, ଟିକିନା, ପ୍ରମୁଖ ଅଭିନୟ କରିଥିବାବେଳେ ଲେଡି ଆର୍ଟିଷ୍ଟ ସସ୍ମିତା ରାଉତ ବ୍ରହ୍ମପୁର ହିରୋଇନ ଭୂମିକା ରେ ଅଭିନୟ କରିଥିଲେ l ବରିଷ୍ଠ କଳାକାର ନିର୍ଦେଶକ ପ୍ରଭାତ ଦାସ, ପାପlନୀ ପଟନାୟକ, ପ୍ରସନ୍ନ ପଣ୍ଡା, କ୍ଷିତୀଶ ମଲିକ, ଶିବ ନାୟକ, ଅଚ୍ୟୁତ, ରଂଜିତ ଓ ଅନ୍ୟମାନେ ସହଯୋଗ କରିଥିଲେ lଖୁବ୍ ଶୀଘ୍ର ଏହି ନାଟକ ଭଞ୍ଜ କଳା ମଣ୍ଡପ,ଭୁବନେଶ୍ବର ଠାରେ ମଞ୍ଚସ୍ଥ ହେବ ।


