କୁନି ହାତରେ ତିନି କୁନି ରଥ

ନିମାପଡ଼ା, (ସନ୍ତୋଷ ଦାଶ):କୁନି ହାତରେ ବଡ଼ କାରିଗରୀ ।ନନ୍ଦିଘୋଷ, ତାଳଧ୍ଵଜ ଓ ଦେବଦଳନ ରଥ ପରି ଅବିକଳ ବଡ଼ଦାଣ୍ଡ ର ବଡ଼ ରଥ ନୁହେଁ, କୁନି ରଥରେ ବିରାଜିତ ଚତୃର୍ଦ୍ଧାମୂରତି। ଏମିତି ଛୋଟ ରଥ ପ୍ରସ୍ତୁତ କରିଛନ୍ତି ସାଇ ପ୍ରତୀକ।ରଥରେ ସାରଥୀ, ପାରା, ଚକ ଓ ଘୋଡା ବି ରହିଛି।ରଥ ଯାତ୍ରା ଦେଖିବାକୁ ପୁରୀ ନ ଯାଇ ପାରିବାରୁ ଚତୃର୍ଥ ଶ୍ରେଣୀ ଛାତ୍ର ନିଜେ ତିଆରି କରିଛନ୍ତି ୩ ଟି କୁନି ରଥ।ଅବିକଳ ପୁରୀ ରଥ ଭଳି ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥ ଙ୍କ ରଥ ଭଳି କରିଛନ୍ତି।ଭାବ ବିନୋଦିଆ ବଡ଼ ଠାକୁର ଙ୍କ ଭାବ ବିହ୍ଵଳ ଭକ୍ତ। ଏମିତି ଭାବ ବିହ୍ଵଳ ହୋଇ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ପଂଚାୟତ ନଈଗୁଆଁ ଗ୍ରାମର ସୁଶାନ୍ତ ତ୍ରିପାଠୀ ଙ୍କ ଦଶ ବର୍ଷର ପୁଅ ସାଇପ୍ରତୀକ ତ୍ରିପାଠୀ।ଦଶ ଦିନ ମଧ୍ୟରେ ଅଦରକାରୀ କାଟୁନ ରେ ନିର୍ମାଣ କରିଛନ୍ତି କୁନି କୁନି ରଥ।୩ ରଥ ର ଉଚତା ୨ ଫୁଟ ରହିଛି। ଆଗକୁ ଜଗନ୍ନାଥ ଙ୍କ ସେବା କରି ନିଜ କାରିଗରୀ ଆଉ କଳା ର ପ୍ରସାର କରିବାକୁ ସ୍ଥିର କରିଛନ୍ତି ସାଇପ୍ରତୀକ। ତାଙ୍କ ର ଏହି କାର୍ଯ୍ୟ କୁ ତାଙ୍କ ପରିବାର ଲୋକେ ଓ ଗ୍ରାମବାସୀ ପ୍ରଶଂସା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ